pakka

ଓଡିଶା ବିଧାନସଭାର ୨୪ତମ ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ

kalikesh

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଓଡିଶା ବିଧାନସଭାର ୨୪ତମ ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି । ବିଧାନସଭାର ସ୍ଵତନ୍ତ୍ର ଅଧିବେଶନରେ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ବାଚନିକ ଭୋଟ୍ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତି ପଦ ପାଇଁ ବିକ୍ରମ କେଶରୀ ଆରୁଖଙ୍କ ନାମ ପ୍ରସ୍ତାବ ଦେଇଥିଲେ । ସେ ଭଞ୍ଜନଗରରୁ ୬ ଥର ବିଧାୟକ ହୋଇଥିଲେ । ଏବେ ଶ୍ରୀ ଆରୁଖ ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରିବେ । ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଶ୍ରୀ ଆରୁଖ ସଂସଦୀୟ ବ୍ୟାପାର ସହ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଥିଲେ । ୧୯୯୨ରେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ । ୧୯୯୫ରୁ ସେ ଭଞ୍ଜନଗର ଆସନରୁ ଲଗାତର ବିଧାନସଭାକୁ ଜିତି ଆସୁଛନ୍ତି । ୨୦୦୮ରେ ସେ ସରକାରୀ ମୁଖ୍ୟ ସଚେତକ ଓ ୨୦୦୯ରୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ରହି ଆସୁଛନ୍ତି ।

pp
Leave A Reply

Your email address will not be published.

5 × three =