pakka

ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଉଦ୍ଧାର ଘଟଣାରେ ଗାର୍ଡ ଓ ଫରେଷ୍ଟର ନିଲମ୍ଵିତ

bbehera

ଆଠଗଡ଼ : ଆଠଗଡ଼ ବଡ଼ମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ମିଳିବା ଘଟଣାର ଖବର ପ୍ରସାରଣ ପରେ ନିଲମ୍ୱିତ ହେଲେ ଗାର୍ଡ ଓ ଫରେଷ୍ଟର । ଗୋପପୁର ସେକ୍ସନର ଫରେଷ୍ଟର ପ୍ରଦୀପ ପରିଡା ଓ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ନିଲମ୍ୱିତ କରିଛନ୍ତି । ସୂଚନାନୁଯାୟୀ, ଗତ ୩ ତାରିଖରେ ବଡ଼ମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଏସ୍‌ଟିଏଫ୍ ଦନ୍ତାହାତୀ କଙ୍କାଳ ଠାବ କରିଥିଲା । ଏହା ପୂର୍ବରୁ ଗତ ୨ ତାରିଖରେ ମଧ୍ୟ ଆଉ ଏକ ହାତୀର କଙ୍କାଳ ଉଦ୍ଧାର କରିଥିଲା ଏସ୍‌ଟିଏଫ୍‌ର ସ୍ଵତନ୍ତ୍ର ଟିମ୍ । ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍‌ର ୮ ଜଣିଆ ଟିମ୍ ଚଢ଼ାଉ କରିଥିଲା ।

Leave A Reply

Your email address will not be published.

15 − 15 =