ନଳକୂପ ବିହୀନ ମଘାମରା ଗାଁର ରୁଗୁଡିପଡା

ପାଟଣାଗଡ, (ଗୋରେଖନାଥ ବରିହା) : ଦୀର୍ଘ ୩୦ ବର୍ଷରୁ ଅଧିକ ଦିନଧରି ପ୍ରାୟ ୧୦ ପରିବାର ବସବାସ କରିଆସୁଥିଲେ ମଧ୍ୟ ପାନୀୟ ଜଳର ସୁବିଧା ଅଛି ନାଁ ବିଦ୍ୟୁତ, ନାଁ ପଡ଼ାକୁ ଭଲ ରାସ୍ତା ଟିଏ ଅଛି । ଯାହାଫଳରେ କି ପଡ଼ାବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବର୍ତ୍ତମାନର ଡିଜିଟାଲ ଯୁଗରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ମଘାମରା ଗାଁର ରୁଗୁଡିପଡା ଦୀର୍ଘ ୩୦ ବର୍ଷରୁ ଅଧିକ ଦିନହେବ ୧୦ ପରିବାର ବସବାସ କରନ୍ତି । ପାନୀୟ ଜଳ ସୁବିଧା ନଥିବାରୁ ମାଟି କୂଅ ଖୋଳି ପାଣି ବ୍ୟବହାର କରୁଥିବା ବେଳେ ଗ୍ରୀଷ୍ମ ଋତୁରେ ପାଣି କମି ଯାଇଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ପଡାବାସୀ । ପଡ଼ାରେ ନଳକୂପ ଟିଏ ଖନନ କରିବାକୁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ୟ୍ୟନ୍ତ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଅନ୍ୟ ପକ୍ଷରେ ଏ ପର୍ଯ୍ୟନ୍ତ ବିଦ୍ୟୁତ ମଧ୍ୟ ଲାଗିପାରି ନାହିଁ । ଯାହା ଫଳରେ କି ପଡ଼ାର ଛାତ୍ରଛାତ୍ରୀମାନେ ବହୁ ଅସୁବିଧା ହେଉଛନ୍ତି । ପଡ଼ାକୁ ଭଲ ରାସ୍ତା ନଥିବାରୁ ବର୍ଷା ଦିନେ ବହୁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏପରିକି ତିନି ତିନୋଟି ପଞ୍ଚାୟତ ନିର୍ବାଚନ ଓ ବିଧାନସଭା ନିର୍ବାଚନ ସମୟରେ ପଡ଼ାରେ ଲାଗି ରହିଥିବା ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଦେଇଥିବା ନେତାଙ୍କ ପ୍ରତିଶୃତି କେବଳ ପ୍ରତିଶ୍ରୁତିରେ ରହିଯାଇଛି ବୋଲି ଆଲୋଚନା ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ପଡ଼ାରେ ଏକ ନଳକୂପ ଖନନ କରିବା ସହ ବିଦ୍ୟୁତ, ରାସ୍ତା ବ୍ୟବସ୍ଥା କରିବାକୁ ରୁଗୁଡିପଡା ଅଧିବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

seventeen − 9 =