
- ନିଜ ସମାଜ ଓ ସଂସ୍କୃତିର ସୁରକ୍ଷା କରିବାରେ ଯୁବକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ଉମେଶ ନାଗ
- ମାହାଲୀ ସମାଜର ଯୁବସଭାପତି ଭାବେ ଉମେଶ ନାଗ ନିର୍ବାଚିତ
ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ରାଜସ୍ୱ ଜିଲ୍ଲାର ବିଭିନ୍ନ ବ୍ଲକରେ ବସବାସ କରୁଥିବା ମାହାଲୀ ସମାଜର ସଦସ୍ୟ ମାନଙ୍କୁ ନେଇ ଗଠିତ ହୋଇଥିବା ଆଦର୍ଶ ବିକାଶ ମାହାଲୀ ଗରାଏତ ସମାଜର ଆଜି ଜିଲ୍ଲା ସ୍ତରୀୟ ଏକ ବୈଠକ ପାନପୋଷ ଉପଖଣ୍ଡ ଅଞ୍ଚଳରେ ଥିବା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗର୍ଜନ ଗ୍ରାମ ପଂଚାୟତରେ ଥିବା ମାହାଲୀ ସମାଜର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ମୁଟୁନୁ ଗରାଏତଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ଯୁଗ୍ମ ସମ୍ପାଦକ ଦିନାନାଥ ମାହାଲି, ସାଧାରଣ ସମ୍ପାଦକ ତେଜ ମାହାଲି ଏବଂ ଉପଦେଷ୍ଟା ଲାଲୁ କେର୍କେଟା ଏବଂ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ସମାଜର ଯୁବ ସଂଘଠନର ସଭାପତି ଭାବରେ ସମାଜସେବୀ ଉମେଶ ନାଗଙ୍କୁ ନୂତନ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ, ଉପସଭାପତି ଭାବରେ କାର୍ତ୍ତିକ କେର୍କେଟା, ସମ୍ପାଦକ ଭାବେ ସୁଶାନ୍ତ ଗୋରାଏତ, କୋସାଧକ୍ଷ ଭାବେ ସୁନୀଲ ମାହାଲି ପ୍ରମୁଖଙ୍କୁ ନୂତନ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଏକ ସଭାରେ ନୂତନଭାବେ ଯୁବ ସଭାପତି ଦାୟିତ୍ୱ ନେଇଥିବା ଉମେଶ ନାଗ ନିଜ ବକ୍ତବ୍ୟରେ ପ୍ରତ୍ୟେକ ସମାଜର ସୁରକ୍ଷା ତଥା ନିଜ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବାରେ ଉକ୍ତ ସମାଜର ଯୁବକ ମାନଙ୍କ ଭୂମିକା ନିଶ୍ଚିତ ଭାବେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହି ସର୍ବଦା ଏବଂ ସବୁଠି ଆବଶ୍ୟକତା ଅନୁସାରେ ନିଜ ସମାଜ ଓ ସଂସ୍କୃତିର ସୁରକ୍ଷା ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତ ଯୁବବନ୍ଧୁ ମାନଙ୍କୁ ଉମେଶ ନାଗ ପରାମର୍ଶ ଦେଇଥିଲେ ।