jayashree

ଆସେକା ସମ୍ମିଳନୀ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭଞ୍ଜଭବନ ଠାରେ ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ (ଆସେକା), ନୋହା ତୀର୍ଲା ଗାଁଓତା ଓ ଯୁୱାନ ଗାଁଓତା, ରାଉରକେଲାର ମିଳିତ ସହଯୋଗରେ ଦୁଇ ଦିବସୀୟ “ସାନ୍ତାଳୀ ଭାଷା, ସାହିତ୍ୟ, ଧର୍ମ ଓ ସଂସ୍କୃତି” ଆଧାରିତ କର୍ମଶାଳା ଉଦଯାପିତ ହୋଇଯାଇଛି । ବକ୍ତା କାଦେୟ ସୋରେନ ମାତୃଭାଷା ସାନ୍ତାଳୀରେ ଶିକ୍ଷା ଓ ଉଚ୍ଚତର ଶିକ୍ଷା ପ୍ରାପ୍ତିର ମାର୍ଗ ସମ୍ବନ୍ଧରେ ବିସ୍‌ସ୍ତୃତ ଆଲୋଚନା କରିଥିଲେ । ଶ୍ରୀମତୀ ତାଲା ଟୁଡୁ ସାହିତ୍ୟର ଅଗ୍ରଗତିରେ ନାରୀମାନଙ୍କର ଅବଦାନ ଓ ଭାଷା ସଂରକ୍ଷଣ ଉପରେ ଆଲୋଚନା କରିଥିଲେ । ଅଶ୍ୱିନୀ ଭଂଜନ ମୁର୍ମୁ ଡିଜିଟାଲ ଦୁନିଆରେ ସାନ୍ତାଳୀ ଭାଷା ଓ ସଂସ୍କୃତି ଉପରେ ଚର୍ଚ୍ଚା କରିଥିଲେ । ଅର୍ଜୁନ ମାରାଣ୍ଡି, ବର୍ତ୍ତମାନର ସାହିତ୍ୟ ବିଷୟରେ ଆଲୋଚନା କରିଥିଲେ । ମହିଳା ଅଧିବେଶନରେ ସାନ୍ତାଳୀ କବିତା ଓ ଆବୃତ୍ତି ହୋଇଥିଲା । ଅନୁଷ୍ଠାନ ତରଫରୁ ଛୋଟରାୟ ହେମ୍ବ୍ରମଙ୍କୁ ସାମ ପାରଗନା ସମ୍ମାନ ୨୦୨୬, ଡାକ୍ତର କ।ଦେୟ ସୋରେନଙ୍କୁ ଗୁରୁ ଗୋମକେ ସମ୍ମାନ ୨୦୨୬ ଏବଂ ଦାମ ମୁର୍ମୁ ଓ ଦଖିନ ମୁର୍ମୁଙ୍କୁ କୋଏଲ ପଞ୍ଚାନନ ସମ୍ମାନ ୨୦୨୬ ଦ୍ଵାରା ସାମ୍ମାନିତ କରାଯାଇଥିଲା । ଶେଷରେ ସାଂସ୍କୃତିକ ନୃତ୍ୟ ଗୀତ ପରିବେଶିତ ହୋଇ କର୍ମଶାଳାଟି ଉଦଯାପିତ ହୋଇଥିଲା ବୋଲି ଆସେକାର ମିଡ଼ିଆ ପ୍ରତିନିଧି ରମେଶଚନ୍ଦ୍ର ପାତ୍ର ଜଣାଇଛନ୍ତି ।

Leave A Reply

Your email address will not be published.