pakka

ରାସ୍ତାରେ ଆମ୍ବୁଲାନ୍ସ ରଖି ଆତ୍ମହତ୍ୟା କଲେ ଆମ୍ବୁଲାନ୍ସ ଡ୍ରାଇଭର

bbehera

ଆଠଗଡ : କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସର ଡ୍ରାଇଭର କାବୁଲି ସେନାପତି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଏକ ରାସ୍ତା କଡ଼ରେ ଆମ୍ବୁଲାନ୍ସ ରଖି ଦେଇ ତେନ୍ତୁଳି ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ କାନପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କାବୁଲିଙ୍କ ଘର ତିଗିରିଆ ଥାନା ଅଧିନ ବିନ୍ଧାଣିମା ଗାଁର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଯୁବକ ଜଣଙ୍କ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । କାନପୁର ଥାନା ପୋଲିସ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.

seventeen − 9 =