pakka

ବଜ୍ରକାପ୍ତା ବିକ୍ରି କରୁଥିବା ବେଳେ ୨ ଗିରଫ

l2

ବିନିକା : ବଜ୍ରକାପ୍ତା ବିକ୍ରି କରୁଥିବା ବେଳେ ୨ ଜଣଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିବା ସୂଚନା ମିଳିଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ଶନିବାର ବିଳମ୍ବିତ ରାତ୍ରୀରେ ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଡ଼ିଲ ହେଉଥିବା ବେଳେ ଏସ୍‌ଟିଏଫ୍‌ ପଞ୍ଝାରେ ଦୁଇଜଣ ଧରାପଡ଼ିଛନ୍ତି । ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରି ଓ ବଜ୍ରକାପ୍ତାକୁ ଉଦ୍ଧାର କରି ଏସ୍‌ଟିଏଫ୍‌ ଟିମ୍‌ ବିନିକା ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । ଦୁଇଜଣ ବ୍ୟକ୍ତି ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଶଙ୍ଖୁଆ ଗ୍ରାମର ଅଶୋକ ବିଶି ଓ ଡୁଡୁକା ଗ୍ରାମର ଜୟକୁମାର ପଟେଲ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଛେଳିଆ ଜଙ୍ଗଲରୁ ଶଙ୍ଖୁଆ ଗ୍ରାମର ଅଶୋକ ବିଶି ବଜ୍ରକାପ୍ତାକୁ ଆଣିଥିବା ଜଣାଯାଇଛି । ବଜ୍ରକାପ୍ତାଟିକୁ ଜଙ୍ଗଲରୁ ଧରିବା ପରେ ଦୁଇଜଣ ବ୍ୟକ୍ତି ଏକ ବସ୍ତାରେ ଧରି ଆସୁଥିବା ସମୟରେ ଏସ୍‌ଟିଏଫ୍‌ କର୍ମଚାରୀ କାବୁ କରିଥିଲେ । ବଜ୍ରକାପ୍ତାର ଓଜନ ଆଠ କେଜି ନଅଶହ ଗ୍ରାମ ହୋଇଥିବା ବେଳେ ବର୍ତ୍ତମାନ ବଜ୍ରକାପ୍ତାର ପ୍ରାଥମିକ ଚିକିତ୍ସା କରାଯାଇଛି ।

pp
Leave A Reply

Your email address will not be published.

8 + twelve =