pakka

୧୧ ଲକ୍ଷ ୮୫ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ଗିରଫ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୋଷ୍ଟାଲ ସ୍କିମରେ ଟଙ୍କା ବିନିଯୋଗ କରିବାକୁ କହି ୧୧ ଲକ୍ଷ ୮୫ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ପୋଷ୍ଟାଲ ଏଜେଣ୍ଟ ବିଭୂତି ଭୂଷଣ ମହାପାତ୍ର ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି । ପୋଷ୍ଟାଲ ଓ ଆରଡି ସ୍କିମ ବିନିଯୋଗ କରିବାକୁ କହି ଲୋକଙ୍କ ଠାରୁ ବିଭୂତି ଟଙ୍କା ନେଇଥିଲେ । କିନ୍ତୁ ଟଙ୍କା ଡିପୋଜିଟ୍ ନ କରି ଜମାକାରୀଙ୍କୁ ନକଲି କାଗଜ ଦେଇଥିଲେ । ଏ ସମ୍ପର୍କରେ ଜମାକାରୀ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ବିଭୂତିଙ୍କୁ ଗିରଫ କରିବା ସହ ନକଲି କାଗତପତ୍ର ଜବତ କରିଛି ।

Leave A Reply

Your email address will not be published.

16 − 6 =