pakka

ମଦନପୁର ଆଦର୍ଶ ମହିଳା ମହାସଂଘରେ ୩ ଦିନିଆଁ ତାଲିମ ଉଦ୍‌ଯାପିତ

bbehera

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର, ରାଜୀବଗାନ୍ଧୀ ସେବା କେନ୍ଦ୍ରଠାରେ ଆଦର୍ଶ ମହିଳା ମହାସଂଘ ସି.ଓ.ଇର ୧୮ତାରିଖ ଶୁକ୍ରବାର ଦିନରୁ ଚାଲିଥିବା ୩ ଦିନିଆଁ ଦ୍ୱିତୀୟ ପର୍ଯ୍ୟାୟର ତାଲିମ କାର୍ଯ୍ୟକ୍ରମ ସି.ଓ.ଇ.ର କାର୍ଯ୍ୟକ୍ରମ ପରିଚାଳକ ଅସିତ ବରଣ ବେହେରାଙ୍କ ତତ୍ୱାବଧାନରେ ଉଦ୍‌ଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ତାଲିମଦାତ୍ରୀ ବିଜୟଲଷ୍ମୀ ମହାପାତ୍ର ଓ ସରୋଜିନୀ ମିଶ୍ର ତାଲିମ ପ୍ରଦାନ କରିଥିଲେ । ଏଥିରେ ମହାସଂଘ ସଭାନେତ୍ରୀ, ସମ୍ପାଦିକା ସହ ଆଞ୍ଚଳିକ ମଞ୍ଚର କାର୍ଯ୍ୟକାରୀ ସଦସ୍ୟା, ଗୋଷ୍ଠୀ ସହାୟିକା, ୩୫ ଜଣ ତାଲିମ ନେଇଥିବା ବେଳେ ଏମ୍‌.ବି.କେ. ମୋହନ ପ୍ରିୟା ଭୋଇ ସାହାଯ୍ୟ ସହଯୋଗ କରିଥିଲେ । ଯେଉଁ ତାଲିମାର୍ଥୀ ତାଲିମ ପାଇଲେ ସେମାନେ ଯାଇ ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ତାଲିମ ଦେବେ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

fourteen − seven =