jayashree

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗୋଷ ପଥ ସଞ୍ଚଳନ ଓ ସାଧାରଣ ସଭା

  • ଶୃଙ୍ଖଳା ଅନୁଶାସନ ରାଷ୍ଟ୍ର ଭକ୍ତି ଓ ବିଶୁଦ୍ଧ ଚରିତ୍ର ମଧ୍ୟରେ ସମରସ ଓ ଶକ୍ତିଶାଳୀ ସମାଜ ଗଠନ ପାଇଁ ଆହ୍ୱାନ

ଜୟପାଟଣା, (ଶେଷଦେବ ବେହେରା) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତାବ୍ଦୀ ବର୍ଷର ବିଜୟା ଦଶମୀ ଅବସରରେ ଏକ ଘୋଷ ପଥ ସଞ୍ଚଳନ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ବାହାରି କୃଷ୍ଣ ଚନ୍ଦ୍ର କ୍ଲବ ଠାରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଂଘର ଜୟପାଟଣା ଖଣ୍ଡ ସଂଘଚାଳକ ପ୍ରମୋଦ କୁମାର ଠାକୁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଦିଶାରୀ ଯୋଗ ଦେଇଥିଲେ । ଓଡ଼ିଶା ପଶ୍ଚିମ ପ୍ରାନ୍ତର ସହ ପ୍ରାନ୍ତ ପ୍ରଚାରକ ସୁରେନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଆତ୍ମା ବିସ୍ମୃତ ଆତ୍ମ କୈନ୍ଦ୍ରିକ ସମାଜକୁ ସଂଗଠିତ କରିବା ଦିଗରେ ନିତ୍ୟ ଶାଖାରେ ଶୃଙ୍ଖଳା, ଅନୁଶାସନ ରାଷ୍ଟ୍ର ଭକ୍ତି ଓ ବିଶୁଦ୍ଧ ଚରିତ୍ର ଗଠନ ସହିତ ଏକ ସମରସ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ଜିଲ୍ଲା କାର୍ଯ୍ୟବାହ ଅଶ୍ୱିନ କୁମାର ପଣ୍ଡା ମଞ୍ଚାସୀନ ଥିଲେ । ଖଣ୍ଡ କାର୍ଯ୍ୟବାହ ଶତୃଜିତ ବେହେରା ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ୱୟଂସେବକ ପୂର୍ଣ୍ଣ ଗଣବେଶରେ ଯୋଗ ଦେଇଥିଲେ । ଜୟପାଟଣା ନଗରର ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.