pakka

ବଜ୍ରପାତରେ ବାପା-ପୁଅ ସମତେ ୪ ମୃତ

kalikesh

ନୂଆପଡା, (ନିରାକାର ମେହେର) : ବଜ୍ରପାତରେ ବାପା-ପୁଅ ସମତେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କୋମନା ଥାନା ଦେଓଦର୍ହା ପଞ୍ଚାୟତର ମଲିକମୁଣ୍ଡା ଗ୍ରାମରେ ଏକ ପରିବାର ନିଜ ଘର ଉପରେ ଟିଣ ପକାଉଥିବା ସମୟରେ ବର୍ଷା ହୋଇଥିଲା । ସମସ୍ତେ ଟିଣ ତଳକୁ ଚାଲି ଆସିଥିଲେ । ପାଞ୍ଚଜଣ ଏକ ଟିଣ ତଳେ ଥିବା ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଜଣେ ମହିଳାଙ୍କ ସମେତ ପାଞ୍ଚଜଣ ଗୁରୁତର ଆହତ ହୋଇଥିଲେ । ମୃତକମାନେ ହେଲେ ତିର୍ଥ ନାଗ, ଚୁଡାମଣୀ ନାଗ, ଲକ୍ଷ୍ମଣ ନାଗ ଓ ଗୁଣସାଗର ନାଗ । ୧୦୮ ଆମ୍ବୁଲାନ୍ସ, ଦମକଳ ବାହିନୀ ସେମାନଙ୍କୁ ଗୁରୁତର ଅବସ୍ଥାରେ କୋମନା ହସ୍ପିଟାଲକୁ ଆଣିଥିଲେ । ବାପ ପୁଅକୁ ପ୍ରଥମେ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ତିନିଜଣଙ୍କ ଚିକିତ୍ସା କରିଥିଲେ । ପରେ ଅନ୍ୟ ଦୁଇଜଣଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଗୁରୁତର ମହିଳା ମିଥିଲା ନାଗଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

pp
Leave A Reply

Your email address will not be published.

14 + 6 =