ପୂର୍ବ ଶତୃତାକୁ କେନ୍ଦ୍ରକରି ମହିଳାଙ୍କ ଉପରେ ଏସିଡ୍ ମାଡ କଲେ ଦୁବୃର୍ତ୍ତ

ଆଠଗଡ଼ : କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସାନପାଟଣାରେ ମହିଳାଙ୍କୁ ଏସିଡ ମାଡ କରି ଦୁଇ ଦୁର୍ବୃତ୍ତ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ଗୋଟିଏ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କୁ ଏସିଡ୍ ମାଡ଼ କରିଛନ୍ତି । ପୂର୍ବ ଶତୃତାକୁ କେନ୍ଦ୍ରକରି ମହିଳାଙ୍କୁ ଏସିଡ ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଦୁର୍ବୃତ୍ତଙ୍କୁ ଧରିବାକୁ ତିଗିରିଆ ପୋଲିସ୍ ବିଭିନ୍ନ ସ୍ଥାନରେ ଛାନଭିନ୍ କରୁଛି ।

Leave A Reply

Your email address will not be published.

2 × four =

error: Content is protected !!