ସୁସ୍ଥ ହେଉଛି ଗୁଳିବଦ୍ଧ ଦନ୍ତାହାତୀ

ଆଠଗଡ : ନରସିଂହପୁର ପଶ୍ଚିମ ବନଖଣ୍ଡ ଅନ୍ତର୍ଗତ ଜୟପୁର ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ହୋଇ ପଡ଼ିଥିବା ଗୁଳିବଦ୍ଧ ଦନ୍ତାହାତୀ ଧୀରେଧୀରେ ସୁସ୍ଥ ହେଉଥିବା ଖବର ମିଳିଛି । ଗତ ଦୁଇ ଦିନ ହେଲା ହାତୀର ସ୍ୱାସ୍ଥ୍ୟବସ୍ଥାରେ ଅନେକ ଉନ୍ନତି ଆସିଥିବା ଡାକ୍ତରୀ ବିଶେଷଜ୍ଞ ଟିମ୍ ସୂଚନା ଦେଇଛନ୍ତି । ଅସୁସ୍ଥ ହାତୀଟି ତରଭୁଜ, କଖାରୁ, ପାଚିଲା କଦଳୀ ଓ ସେଓ ଆଦି ପ୍ରାୟ ୫୦ କେ.ଜିର ଫଳ ଖାଇଛି ।ଏହା ସହିତ ହାତୀକୁ ପୂର୍ବଭଳି ସାଲାଇନ, ଔଷଧ ଇଞ୍ଜେକ୍ସନ ଦେଇ ଚିକିତ୍ସା କରାଯାଉଛି ।

ଓୟୁଏଟି ବିଶେଷଜ୍ଞ ଦଳ ସହିତ ଆଲୋଚନା କରି ସାତକୋଶିଆ (ୱାଇଲଡ଼ ଲାଇଫ) ଡାକ୍ତର ଏବଂ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ହାତୀର ଚିକିତ୍ସା କରୁଛନ୍ତି । ଅପର ପକ୍ଷରେ ଚନ୍ଦକାରୁ ଆସିଥିବା ହାତୀ ମାହୁନ୍ତ ତତ୍ତ୍ୱାବଧାନରେ ହାତୀର ଯତ୍ନ ନିଆଯାଉଛି । ଆବଶ୍ୟକ ସ୍ଥଳେ ହାତୀକୁ ଚନ୍ଦକା ସ୍ଥାନାନ୍ତର କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.

2 × 2 =