om academy

ବାଙ୍କେଲ ସମଲେଶ୍ଵରୀ ଶିଶୁ ମନ୍ଦିରରେ ଚାଲିଥିବା ଗୁରୁଜୀ, ଗୁରୁମାଙ୍କ ସାମୁହିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

jsm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ବାଙ୍କେଲ ଉଚ୍ଚ ବିଦ୍ୟାଳୟଠାରେ ସମଲେଶ୍ଵରୀ ଶିଶୁ ମନ୍ଦିର, ବାଙ୍କେଲ ଆନୁକୁଲ୍ୟରେ ସମଲେଶ୍ଵରୀ ଶିକ୍ଷା ଓ ସେବା ସଂସ୍ଥାନ, ଓଡ଼ିଶା ତରଫରୁ ମେ ୨୧ ତାରିଖରୁ ମେ ୨୬ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ସାମୁହିକ ପ୍ରଶିକ୍ଷଣ ବର୍ଗ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ବଲାଙ୍ଗିର ଜିଲ୍ଲାର ସମସ୍ତ ସମଲେଶ୍ଵରୀ ଶିଶୁ ମନ୍ଦିରର ମୋଟ ୮୬ ଜଣ ଗୁରୁଜୀ, ଗୁରୁମା ପ୍ରଶିକ୍ଷଣ ନେଇଥିଲେ । ଜିଲ୍ଲା ସଂଯୋଜକ କୃପା ପୁଟେଲଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେଇଥିଲା । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସମଲେଶ୍ଵରୀ ଶିକ୍ଷା ଓ ସେବା ସଂସ୍ଥାନର ପ୍ରକଳ୍ପ ନିର୍ଦ୍ଦେଶକ ଘନଶ୍ୟାମ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ସମଲେଶ୍ଵରୀ ଶିଶୁ ମନ୍ଦିର ବାଙ୍କେଲର ସଭାପତି ପୂର୍ଣ୍ଣଚନ୍ଦ୍ର ପୁଟେଲ, ସମଲେଶ୍ଵରୀ ଶିଶୁ ମନ୍ଦିର ମନହିରାର ସଂପାଦକ ମକାରୁ ଗଡ଼ତ୍ୟା ଓ ସମଲେଶ୍ଵରୀ ଶିଶୁ ମନ୍ଦିର କୁରୁଲର ପ୍ରଧାନ ଆଚାର୍ଯ୍ୟ ଭକ୍ତରାମ ପୁଟେଲ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ପ୍ରଶିକ୍ଷଣ ନେଇଥିବା ସମସ୍ତ ଗୁରୁଜୀ, ଗୁରୁମାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ବାଙ୍କେଲ ସମଲେଶ୍ଵରୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଲେଖ ସାହୁ, ସହ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପାଣ୍ଡେଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.