om academy

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ : ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ସୁନୀଲ

jsm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଶ୍ରୀ ଏଜୁକେସନର ଛାତ୍ର ସୁନୀଲ କୁମାର ସାହୁ । ସେ ଏହି ପରୀକ୍ଷାରେ ୫୪୪(୯୧%) ମାର୍କ ରଖି ଜିଲ୍ଲାରେ ଦ୍ୱିତୀୟ ହେବାର ଗୌରବ ଆଣିଛନ୍ତି । ସୁନୀଲଙ୍କ ଘର କେସିଙ୍ଗା ବ୍ଲକ ହାତୀଖୋଜ ପଞ୍ଚାୟତର କୁଲେର ଗୁମ୍ଫା ହେଇଥିବା ବେଳେ ତାଙ୍କରି ବାପା ସ୍ୱର୍ଗତ ଦେବେନ୍ଦ୍ର ସାହୁ ଓ ମାତା ଟିକେମଣି ସାହୁ ଅଟନ୍ତି । ସୁନୀଲ ମ.ରାମପୁର ବ୍ଲକ୍ ତୁଜୁଙ୍ଗ ଠାରେ ଥିବା ଶ୍ରୀ ଏଜୁକେସନ୍‌ରେ ରହି ଯୁକ୍ତଦୁଇ ବିଜ୍ଞାନରେ ଅଧ୍ୟୟନ କରୁଥିଲେ । ସୁନୀଲ ମାଟ୍ରିକ୍‌ ପରୀକ୍ଷାରେ ୭୬ % ରଖିଥିବା । ବେଳେ ନିଜର ଅଧ୍ୟବସାୟ ଓ ଅଧ୍ୟାପକ, ଅଧ୍ୟାପିକାଙ୍କ ଉଚିତ୍ ମାର୍ଗଦର୍ଶନ ପାଇଁ ଯୁକ୍ତଦୁଇ ବାଣିଜ୍ୟରେ ଜିଲ୍ଲାରେ ଦ୍ୱିତୀୟ ଦିନ ହାସଲ କରିବାରେ ସକ୍ଷମ ହେଇଛନ୍ତି । ଏଠାରେ ସୂଚନା ଥାଉକି, ଏହି ଶିକ୍ଷା ଅନୁଷ୍ଠାନ ଶତପ୍ରତିଶତ ରେଜଲ୍ଟ (ପ୍ରଥମ ଶ୍ରେଣୀରେ ୯୪ ଓ ଦ୍ୱିତୀୟ ଶ୍ରେଣୀରେ ୧୬) କରିପାରିଛି । ତାଙ୍କରି ଏହି ସଫଳତା ପାଇଁ ଶ୍ରୀ ଏଜୁକେସନ୍‌ର ମୁଖ୍ୟ ପରିଚାଳକ ସରୋଜ ପତି, ସଭାପତି ବରିଷ୍ଠ ଆଇନଜୀବୀ ସପନ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ଶିବାଶିଷ ଦାସ ଏବଂ ଅଧ୍ୟାପକ, ଅଧ୍ୟାପିକାଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.