om academy

ଅଂଶୁଘାତରେ ହୋମଗାର୍ଡଙ୍କ ମୃତ୍ୟୁ

jsm

ନୂଆପଡ଼ା, (ନିରାକାର ମେହେର) : ସଦର ବ୍ଲକ ଖରିଆର ରୋଡ୍‌ ଜୋଙ୍କ ଥାନା ବଳୋଦା ଗାଁର ହୋମଗାର୍ଡ ଶତୃଘ୍ନ ରାଉତ (୪୭)ଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବାବା ଅଭିଯୋଗ ହୋଇଛି । ଶତୃଘ୍ନ ଗତ ୧୫ ବର୍ଷ ହେବ ନୂଆପଡା ଜିଲାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ନୂଆପଡ଼ା ଜିଲ୍ଲାରେ ନିର୍ବାଚନ ଡ୍ୟୁଟି କରି ସେ ପଡୋଶୀ ବରଗଡ ଜିଲ୍ଲାକୁ ନିର୍ବାଚନ ଡ୍ୟୁଟିରେ ଯାଇଥିଲେ । ୨୦ ତାରିଖ ନିର୍ବାଚନ କାମ ସାରି ସେ ୨୧ରେ ଘରକୁ ଫେରିବା ବେଳେ ସେ ଅସୁସ୍ଥତା ଅନୁଭବ କରିଥିବା ପରିବାର ଲୋକେ କହିଛନ୍ତି । ଗୁରୁବାର ରାତିରେ ଖାଇସାରି ବସିଥିବା ବେଳେ ହଠାତ୍ ପଡିଯାଇ ଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା । ପ୍ରବଳ ତାତିରେ ଡ୍ୟୁଟି କରିଥିବାରୁ ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶୁକ୍ରବାର ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମଧ୍ୟାହ୍ନରେ ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଜିଆର୍ ରାଘବେନ୍ଦ୍ର ତାଙ୍କ ଗ୍ରାମକୁ ଯାଇ ମରଶରୀରକୁ ଶେଷ ସମ୍ମାନ ଜଣାଇବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ପରିବାର ଲୋକେ ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଘୋଷଣା କରି ସହାୟତା ରାଶି ଯୋଗାଇଦେବା ପାଇଁ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ଶରତ ହଂସ ଏସ୍‌ପିଙ୍କ ସହାନୁଭୂତି ପାଇଁ ସଂଘ ତରଫରୁ ଧନ୍ୟବାଦ ଜଣାଇ ଏହାକୁ ନିର୍ବାଚନ ଜନିତ ମୃତ୍ୟୁ ବୋଲି ଘୋଷଣା କରି ପରିବାରଙ୍କୁ ସହାୟତା ରାଶି ଯୋଗାଇଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.