om academy

ସିନାପାଲି ରାବଣ ଛକରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

jsm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସଦର ରାବଣଛକ ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଆରମ୍ଭ ହୋଇଯାଇଛି । ଏ ଅବସରରେ ଗ୍ରାମର ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ବାହାରି ଉଦନ୍ତୀ ନଦୀରୁ ପାଣି ଆଣି ସିନାପାଲି ପରିକ୍ରମା ପୂର୍ବକ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ । ପରେ ପାରମ୍ପରିକ ରୀତିରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ନାମଯଜ୍ଞରେ କର୍ତ୍ତା ଭାବରେ ଅଜିତ ଯୋଶୀ ସପତ୍ନୀକ କର୍ତ୍ତା ଦାଇତ୍ୱ ନିର୍ବାହ କରୁଥିବା ବେଳେ ପୂଜକ ଭାବରେ ଧବଳେଶ୍ୱର ପୁରୋହିତ ନିର୍ବାହ କରୁଛନ୍ତି । ନାମଯଜ୍ଞ କମିଟିର ସଭାପତି ନରେଶ ମେହେର, ସମ୍ପାଦକ ମନୋରଞ୍ଜନ ମେହେର, କୋଷାଧ୍ୟକ୍ଷ ଦୁଷ୍ମନ୍ତ ମେହେରଙ୍କ ସମେତ ସୁନୀଲ, ପ୍ରମୋଦ, ବିକାଶ, ବବଲୁ, ଜନ୍ମେ, ବିମଲ, ମଳୟ, ଅନିଲ, ଶିଶିର ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ରହି ଯଜ୍ଞ ପରିଚାଳନାରେ ସହଯୋଗ କରୁଛନ୍ତି । ଦୂରଦୂରାନ୍ତରୁ ବହୁ ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ସାମିଲ ହୋଇଥିବା ବେଳେ ସୋମବାର ଦିନ ଉଦ୍‌ଯାପିତ ହେବ ବୋଲି କମିଟି ତରଫରୁ ଜଣାପଡିଛି ।

Leave A Reply

Your email address will not be published.