om academy

ଖଡିଆଳର ଇମାନୁଏଲ୍‌ ଦାନୀ : ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ସମ୍ବଲପୁର ଧର୍ମାଞ୍ଚଳର ବିଷପ ଭାବରେ ନିର୍ବାଚିତ

jsm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳର ଇମାନୁଏଲ୍‌ ଦାନୀ ସମ୍ବଲପୁର ଧର୍ମାଞ୍ଚଳର ବିଷପ ଭାବରେ ନିର୍ବାଚିତ ହୋଇଛନ୍ତି । ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି । ପିତା ସ୍ୱର୍ଗତ ଇସାହାକ ଦାନୀ ଓ ମାତା ସ୍ୱର୍ଗତ ଚଞ୍ଚଳା ଦାନୀ । ସେ ଧୀର, ଶାନ୍ତ ଓ ନମ୍ର ଭାବରେ ବେଶ ପରିଚିତ ଓ ତାଙ୍କର ବଡଭାଇ ଚାଶାମୁଏଲ୍‌ ଦାନୀ ବୋଡେ଼ନ୍‌ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି । ଏହାପୂର୍ବରୁ ସେ ବଲାଙ୍ଗିର ଚର୍ଚ୍ଚର ପାଷ୍ଟର ଭାବରେ ଇମାନୁଏଲ୍‌ କାର୍ଯ୍ୟରତ ଥିଲେ । ନୂଆପଡା ଜିଲ୍ଲାର ଖରିଆଳ ରୋଡ୍‌ ଚର୍ଚ୍ଚରେ ମଧ୍ୟ ପାଷ୍ଟର ଭାବରେ ଦାୟୀତ୍ଵ ତୁଳାଇଥିଲେ । ଓଡିଶାର ତିନି ଗୋଟି ବିଷପ ପଦବୀ ମଧ୍ୟରୁ ଗତକାଲି ସମ୍ବଲପୁର ଧର୍ମାଚଂଲ ବିଷପ ନିର୍ବାଚନ କାର୍ଯ୍ୟକ୍ରମ ନୂଆଦିଲ୍ଲୀ ସ୍ଥିତ ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ଭବନ ଠାରେ ଆୟୋଜନ କରାଯାଇଥିଲା । ପାଞ୍ଚ ଜଣ ପ୍ରତିଦ୍ୱନ୍ଦିଙ୍କୁ ପଛରେ ପକାଇ ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ଅଧିନସ୍ଥ ସମ୍ବଲପୁର ଧର୍ମାଞ୍ଚଳର ବିଷପ ଭାବରେ ନିର୍ବାଚିତ ହୋଇଛନ୍ତି । ସମ୍ବଲପୁର ଧର୍ମାଞ୍ଚଳର ମୁଖ୍ୟ କାର୍ଯ୍ୟାଳୟ ବଲାଙ୍ଗିର ଠାରେ ରହିଅଛି । ନବ ନିର୍ବାଚିତ ବିଷପ ଶ୍ରୀ ଦାନୀ ବଲାଙ୍ଗିର ଠାରେ ରହି ବିଷପ ଦାୟିତ୍ୱ ପ୍ରଦାନ କରିଛନ୍ତି । ଖବର ପାଇବା ପରେ ସମ୍ପ୍ରଦାୟର ଖୁସି ଖବର ନେଇ ଉତ୍ସାହିତ ସହ ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି ।

Leave A Reply

Your email address will not be published.