
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ବିଶ୍ୱ ବିଜ୍ଞାନ ଦିବସ ଅବସରରେ ପିଏମଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବୁରୋମାଲ ଠାରେ ଏକ ଦିବସୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅବିନାଶ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜିର ପ୍ରଧାନ ଶିକ୍ଷିକା ହୀରାଧର ମେହେର ମୁଖ୍ୟ ଅତିଥି, ତୁରେକେଲା ବ୍ଳକ ବିଜ୍ଞାନ ସଂଯୋଜକ ଆଶିଷ କୁମାର ମିଶ୍ର, ହିଆଲଁ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ବରିଷ୍ଠ ଶିକ୍ଷକ ଶରତଚନ୍ଦ୍ର ମେହେର, ଥମିର ଛତ୍ରିଆ, ପ୍ରଭାସିନୀ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମା’ ସରସ୍ୱତୀଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ କରି ପ୍ରଦର୍ଶନୀକୁ ଆରମ୍ଭ କରାଯାଇଥିଲା । ଶିକ୍ଷକ ଜ୍ୟୋତିର୍ମୟ ଭୁଏ ସଭା ପରିଚାଳନା କରିଥିଲେ । ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ଆଶିଷ କୁମାର ମିଶ୍ର ଓ ପ୍ରହଲ୍ଲାଦ ଧରୁଆ ବାଲ ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରଦର୍ଶିତ ତିରିଶ ଗୋଟି ପ୍ରକଳ୍ପକୁ ପ୍ରଦର୍ଶନ କରି କନିଷ୍ଠ ବିଭାଗରୁ ପାଞ୍ଚ ଓ ବରିଷ୍ଠ ବିଭାଗରୁ ପାଞ୍ଚ ସମୁଦାୟ ଦଶଗୋଟି ପ୍ରକଳ୍ପକୁ ବାଛିଥିଲେ । ଉଦଯାପନୀ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ବଛା ଯାଇଥିବା ଦଶଗୋଟି ପ୍ରକଳ୍ପ ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ସ୍ଥାନ ପାଇବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନ, ମଦନ ସୋଇ, ଡିଙ୍ଗର ମାଝୀ, ସୁରେଶ ତାଣ୍ଡୀ, ପ୍ରହଲ୍ଲାଦ ଶିକା, ରାଜେନ୍ଦ୍ର ଦଣ୍ଡସେନା, ସୁନୀଲ ମେହେର, ଭରତ ସୁନାନୀ, ଲୋପାମୁଦ୍ରା ମଲ୍ଲିକ, ରୀତାରାଣୀ ମହାନ୍ତି, ଅନୁସୂୟା ଶବର, ରଞ୍ଜୁକ୍ତା ଭୋଇ, ପ୍ରଭାତୀ ଭୁଏ, ନିରୁପମା ସାହୁ, ବଣ୍ଟି ମହାନନ୍ଦ, ଅଭି ବାଗ, ଦିବ୍ୟରଞ୍ଜନ ବନଛୋର, କମଳାକାନ୍ତ ବନଛୋର, ଯୁଗଳ ଦାସ, ଭକ୍ତ ଚରଣ ବନଛୋର ସହଯୋଗ କରିଥିଲେ ।