jayashree

ମୁରିବାହାଲ ଡ଼ିଗ୍ରୀ କଲେଜରେ ନବ ନିର୍ବାଚିତ ଛାତ୍ର ସଂସଦ କର୍ମକର୍ତ୍ତାଙ୍କ ଶପଥ ପାଠ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପ୍ରତିଷ୍ଠାର ଦୀର୍ଘ ୨୮ବର୍ଷ ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସୁରୁଖୁରୁରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଶୁକ୍ରବାର ସମସ୍ତ ଛାତ୍ର ସଂସଦ କର୍ମକର୍ତ୍ତାଙ୍କ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ସଭାପତି ରୂପେ ନିର୍ବାଚିତ ପୀତବାସ ରଣା, ଉପସଭାପତି ଓମପ୍ରକାଶ ମହାକୁର, ସାଧାରଣ ସମ୍ପାଦକ ଗଗନ ମହାକୁର, ସାଂସ୍କୃତିକ ସମ୍ପାଦକ ସନ୍ତୋଷ ଶର୍ମା, ନାଟ୍ୟ ସମ୍ପାଦକ ଅଙ୍କିତ ଦଣ୍ଡସେନା ଓ କ୍ରୀଡ଼ା ସମ୍ପାଦକ ରୂପେ ଆଦିତ୍ୟ ପ୍ରସାଦ ବାଗ ଶପଥ ପାଠ କରିଥିଲେ । ମୁରିବାହାଲ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଡ଼ିଗ୍ରୀ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.