om academy

ପରମ୍ପରା ବଜାୟ ରଖିଲା ସିଏନ୍‌ସି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରକାଶ ପାଇଥିବା +୨ ବାଣିଜ୍ୟ ଫଳାଫଳ ଅନୁଯାୟୀ ଚଳିତ ବର୍ଷ ମଧ୍ୟ ପରମ୍ପରା ବଜାୟ ରଖିଲା ସିଏନ୍‌ସି । ଅଂଶୁମାନ ମହାରଣା ୯୩.୧୭%(୫୫୯) ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୮୫% ଉର୍ଦ୍ଧ୍ୱରେ ୧୨ ଜଣ , ୮୦% ରୁ ଉର୍ଦ୍ଧ୍ୱରେ ୨୧ ଜଣ ସ୍ଥାନ ପାଇଛନ୍ତି । ୫୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ ୩୭ ଜଣ, ଦ୍ୱିତୀୟ ସ୍ଥାନରେ ୧୦ ଜଣ ଓ ତୃତୀୟ ସ୍ଥାନରେ ୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏକାଉଣ୍ଟେନ୍ସିରେ ୧ ଜଣ, ଏଫ୍‌ଏମ୍‌ଏରେ ୩ ଜଣ, ଗଣିତରେ ୨ ଜଣ ୧୦୦ରୁ ୧୦୦ ମାର୍କ ଆଣିଛନ୍ତି । କଲେଜର ନିର୍ଦ୍ଦେଶକ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.