csstore

ପ୍ରଦୀପଙ୍କ ପ୍ରେସ୍‌ମିଟ୍‌ : ପାଣ୍ଡିଆନଙ୍କୁ ଟାର୍ଗେଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗତକାଲି ପାଣ୍ଡିଆନଙ୍କ ପଦ୍ମପୁର ନିର୍ବାଚନୀ ସଭାରେ ଦେଇଥିବା ଜିଲ୍ଲା ମନ୍ତବ୍ୟକୁ କାଉଣ୍ଟର କରି ସରକାର କେବେ କ୍ୟାବିନେଟ ବସେଇଥିଲେ ଏବଂ ଯିଏ ଜିଲ୍ଲା ନେଇ କେସ୍‌ କରିଛନ୍ତି ସେ ଓକିଲ ବିଜେଡି ଦଳର ନା ନୁହନ୍ତି ପାଣ୍ଡିଆନ ଜାଣିଛନ୍ତି କି ନାହିଁ ଏବଂ ପାଣ୍ଡିଆନଙ୍କ କଥା ସତ୍ୟ ନା ଟୁକୁନି ସାହୁଙ୍କ କଥା ସତ୍ୟ ବୋଲି ପ୍ରଶ୍ନ କରିବା ସହ ଜଦି ଜିଲ୍ଲା ବିରୋଧୀ କରିବାକୁ ଦେଲେ ନାହିଁ ତେବେ ସତ୍ୟପାଠରେ ସରକାର କାହିଁକି ହାଇକୋର୍ଟରେ ଜିଲ୍ଲା କରିବା ପୂର୍ବରୁ କୋର୍ଟକୁ ପଚାରି କରିବେ ବୋଲି କହିଛନ୍ତି ଏବଂ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କହିବା ସହ ରେଳ ପାଇଁ ଜମି ନଦେଇ ରେଳ ଲାଇନ କଥା ପଚାରି ନିଜର ମିଥ୍ୟା ପ୍ରଚାର କରି ଲୋକଙ୍କୁ ଧୋକା ଦେଉଛନ୍ତି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

jayashree
Leave A Reply

Your email address will not be published.