ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୩ ତାରିଖରେ ହେବ ମତଦାନ : ଜିଲ୍ଳାର ୭୦୩ କେନ୍ଦ୍ରର ୱେବ୍ କାଷ୍ଟ ହେବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଚଳିତ ୧୩ ତାରିଖରେ ହେବ ଭୋଟ ଗ୍ରହଣ । ଜନସାଧାରଣ ତଥା ସର୍ବସଧାରଣରେ ନାଗରିକମାନେ ନିଜନିଜର ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଓ ପ୍ରସ୍ତୁତି ଚାଲିଛି । ଜନସାଧାରଣଙ୍କ ନିମନ୍ତେ ଅବାଧ ଓ ନିରପେକ୍ଷ ନିର୍ବାଚନ ସଂଗଠିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ମିଳିତ ଉଦ୍ୟମ ଓ ପ୍ରୟାସ ଜାରୀ ରଖିଛନ୍ତି । ୨୦-ବ୍ରହ୍ମପୁର ଲୋକସଭା ଆସନ ଏବଂ ୧୨୭-ଛତ୍ରପୁର, ୧୩୨-ଗୋପାଳପୁର, ୧୩୩-ବ୍ରହ୍ମପୁର, ୧୩୪-ଦିଗପହଣ୍ଡି ଓ ୧୩୫- ଚିକିଟି ବିଧାନ ସଭା କ୍ଷେତ୍ରଗୁଡିକରେ ନିର୍ବାଚନ ଅନୁଷ୍ଠିତ ହେବ । ସମସ୍ତ ନିର୍ବାଚନ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ସମସ୍ତ ଦିଗ ପ୍ରତି ପ୍ରଶାସନ ନଜର ରଖିଛି । କୌଣସି ଅପ୍ରିତିକର ପରିସ୍ଥିତି, ସମ୍ବେଦନଶୀଳ ସ୍ଥାନ ଗୁଡିକ ପ୍ରତି ପୋଲିସ ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି । ଯେକୌଣସି ସନ୍ଦେହଜନକ ପରିସ୍ଥିତିକୁ ରୋକିବା ସକାଶେ ଜିଲ୍ଲାସ୍ତରରେ ୱେବ-କାଷ୍ଟ ଦ୍ୱାରା ନଜର ରଖାଯିବ ବୋଲି ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମଜିଷ୍ଟ୍ରେଟ୍‌ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଛତ୍ରପୁରଠାରେ ୱେବ-କାଷ୍ଟ ହେବ । ୧୩ ତାରିଖ ନିର୍ବାଚନର ୭୦୩ ଗୋଟି ବୁଥ୍‌ର ୱେବ-କାଷ୍ଟ ହେବ । ଏହି ୱେବ-କାଷ୍ଟ ଦ୍ୱାରା ୭୦୩ ଗୋଟି ବୁଥ୍‌ରେ କିଭଳି ମତଦାନ ସଂଗ୍ରହ ହେଉଛି, ସେହି ପ୍ରକ୍ରିୟା ନିର୍ବାଚନ ଅଧିକାରୀ, ପର୍ଯ୍ୟବେକ୍ଷକଗଣ ସିଧାସଳଖ ଦେଖିପାରିବେ । ଏହି ବ୍ୟବସ୍ଥା ଦ୍ୱାରା ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇପାରିବ ଗଞ୍ଜାମ ଜିଲ୍ଲାପ୍ରଶାସନ ତଥା କେନ୍ଦ୍ର ନିର୍ବାଚନ କମିଶନର ଆଶା ପ୍ରକଟ କରିଛନ୍ତି ।

Leave A Reply

Your email address will not be published.

five × 4 =