ସିରୋଲ ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ମହିଳାଙ୍କ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ସଦର ଗ୍ରାମର ବହୁ ପ୍ରତିକ୍ଷିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଶୋଭାଯାତ୍ରାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଲଳିତାଦେବୀ ଜୈନ, ସରପଞ୍ଚ ଲୋଚନା ବଗର୍ତ୍ତୀଙ୍କ ସହିତ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ମହିଳା ଓ ସମସ୍ତ ଗ୍ରାମବାସୀ ଯୋଗଦାନ କରିଥିଲେ । ଏହି ମନ୍ଦିର ପ୍ରତିଷ୍ଠାର ମୁଖ୍ୟକର୍ତ୍ତା ରୂପେ ଲମ୍ବୋଦର ବଗର୍ତ୍ତୀ ଓ ତାଙ୍କ ଧର୍ମପତ୍ନୀ ଲୋଚନା ବଗର୍ତ୍ତୀ ଅଛନ୍ତି । କର୍ତ୍ତା ରୂପେ ବେଣୁ ନାଗ, ବିମଳା ନାଗ, ସିଦ୍ଧେଶ୍ଵର ହାତୀ, ଶୁଭ ହାତୀ, ଥିର ନାଗ, ଦୁର୍ମିଲା ନାଗ ଓ ମାଧବ ବାଗ, ମମତା ବାଗ ପ୍ରମୁଖ ଦାୟିତ୍ଵରେ ଅଛନ୍ତି । ପୂଜକ ରୂପେ ଚନ୍ଦ୍ରଧ୍ଵଜ ମିଶ୍ର, ନିମାଇଁ ମିଶ୍ର, ଦେବେନ୍ଦ୍ର ମିଶ୍ର, ସିଦ୍ଧାନ୍ତ ପାଢ଼ୀ, ସୁନୀଲ ମିଶ୍ର, ବିଜୟ ବେଦବାକ, ଚକ୍ରଧର ପଣ୍ଡା, ଦୁଃଶାସନ ପାଣିଗ୍ରାହୀ ଓ ଚିତ୍ରସେନ ପାଣିଗ୍ରାହୀ ରହିଛନ୍ତି । ସିରୋଲ ଓ ଡୁଙ୍ଗୁରିଗୁଡା ଗ୍ରାମବାସୀଙ୍କ ଦ୍ୱାରା ପରିଚାଳିତ ମନ୍ଦିର ପ୍ରତିଷ୍ଠାର କାର୍ଯ୍ୟକ୍ରମରେ ନାମଯଜ୍ଞ, କୁମ୍ଭଭରଣ, ମନ୍ଦିର ପ୍ରତିଷ୍ଠା, ଘୃତଯଜ୍ଞ ସହ ରହିଛି । ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଯଜ୍ଞ ଚାଲୁ ରହିବାର ସ୍ଥିରିକୃତ ହୋଇଥିବା ଆୟୋଜକ କମିଟି ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.

two × two =