ଚିକିନିବାହାଲି ଗ୍ରାମରେ ସାପ କାମୁଡ଼ାରେ ଏକ ମାଈ ଛେଳିର ମୃତ୍ୟୁ : ଜନ୍ମିତ ଦୁଇ ଛୁଆ ମାଁ ଛେଉଣ୍ଡ, ସରକାରୀ ସହାୟତା ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଚିକିନିବାହାଲି ଗ୍ରାମରେ ସାପ କାମୁଡ଼ାରେ ଏକ ମାଈ ଛେଳିର ମୃତ୍ୟୁ ଘଟିଥିବା ବେଳେ ଛେଳିର ଜନ୍ମିତ ଦୁଇ ଛୋଟ ଛୁଆ ଏବେ ମାଁ ଛେଉଣ୍ଡ ହୋଇଯିବା ଭଳି ଏକ ଦୁଃଖଦ ଘଟଣା ଘଟିଛି । ଗ୍ରାମର ନିରୀହ ଆଦିବାସୀ ଜମିହୀନ କ୍ଷିତିପତି ଯାନୀଙ୍କ ପରିବାର ପାଇଁ ଏହା ଏକ ବଡ଼ ଦାରୁଣ ଘଟଣା । ଜନମୁକ୍ତି ଅନୁଷ୍ଠାନ ଦ୍ଵାରା ପରିଚାଳିତ ଅଜିମ୍ ପ୍ରେମ୍ ଜୀ ଫାଉଣ୍ଡେସନ୍‌ ତରଫରୁ ତାଙ୍କୁ ୨ଟି ମାଈ ଛେଳି ସହାୟତା ଦିଆଯାଇଥିଲା । ତାଙ୍କର ପରିବାରର ଜୀବନ ଜୀବିକାକୁ ସୁଦୃଢ କରିବା ପାଇଁ ତଥା ଭବିଷ୍ୟତକୁ ସୁଧାର ଆଣିବା ଲାଗି ତାଙ୍କୁ ଏହି ସହାୟତା କରାଯାଇଥିଲା । ଅତି ଯତ୍ନରେ ପାଳନ କରିଥିବା ଓ ଭବିଷ୍ୟତ ପାଇଁ ଜୀବନ ଜୀବିକାର ଆଶା ସାଜିଥିବା ତାଙ୍କ ଅତି ପ୍ରିୟ ଛେଳିର ସାପ କାମୁଡ଼ାରେ ମୃତ୍ୟୁ ହୋଇଯାଇଛି । ମାଁ ଛେଳି ପାଖରେ ତାହାର ଜନ୍ମିତ ୨ଟି ମାଁ ଛେଉଣ୍ଡ ଛୋଟ ଛେଳି ଛୁଆଙ୍କ ସହିତ ଶୋକାକୁଳ କ୍ଷିତିପତିଙ୍କ ପରିବାର ନିରାଶାରେ ଜୀବନ କାଟୁଛନ୍ତି । ନିକଟ ଅତୀତରେ ତାଙ୍କ ପରିବାରର ଅବସ୍ଥାକୁ ଦେଖି ଗ୍ରାମ୍ୟ କମିଟିଙ୍କ ସୁପାରିଶ ଓ ଅନୁରୋଧ କ୍ରମେ ଜୀବିକାର ବିକାଶ ଲାଗି ସ୍ଥାନୀୟ ଜନମୁକ୍ତି ଅନୁଷ୍ଠାନ ଦ୍ଵାରା ତାଙ୍କ ପରିବାରଙ୍କୁ ଏହି ଛେଳି ପ୍ରଦାନ କରାଯାଇଥିଲା । କିନ୍ତୁ ସର୍ପାଘାତ ତାଙ୍କର ଆଶାକୁ କାଳ ସାଜିଲା । ଏହା ଏକ ଦୈବୀ ଦୁର୍ବିପାକ ଘଟଣା ହୋଇଥିବା ହେତୁ ସରକାରୀ ବିଭାଗ ତରଫରୁ ନିରୀହ କ୍ଷିତିପତିଙ୍କ ପରିବାର ପାଇଁ କ୍ଷତି ପୂରଣ ପ୍ରଦାନ ଲାଗି ଦାବୀ ହୋଇଥିଲା ବେଳେ ସହାୟତା ପାଇଁ ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ଚେଷ୍ଟା ଜାରି ରହିଛି ।

Leave A Reply

Your email address will not be published.

seventeen + 5 =