csstore

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନାକ୍ ସମ୍ବନ୍ଧୀୟ ପାଠଚକ୍ର ସଂଗଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଇ. କ୍ୟୁ. ଏ. ସି. ଆନୁକୂଲ୍ୟରେ ନାକ୍ ସମ୍ବନ୍ଧୀୟ ପାଠଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଗତ ୪ ତାରିଖରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ନିଷ୍ଟ-ବିଶ୍ୱବିଦ୍ୟାଳୟର ମେକାନିକାଲ୍‌ ଇଞ୍ଜିନିଅର ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ସୁଶାନ୍ତ କୁମାର ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ନାକ୍‌ର ଆବଶ୍ୟକତା ଓ ଏହା ପ୍ରତ୍ୟେକ ମହାବିଦ୍ୟାଳୟ କାହିଁକି ଲାଭ କରିବା ଉଚିତ୍‌, ଏହି ସମ୍ବନ୍ଧରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ବୁଝାଇ କହିଥିଲେ । ଏହି କର୍ମଶାଳାରେ ନିଷ୍ଟ ବିଶ୍ୱବିଦ୍ୟାଳୟର ସହକାରୀ ଅଧ୍ୟାପକ ଡ. ସନ୍ଦୀପନ ମଲ୍ଲିକ ଅନ୍ୟତମ ବକ୍ତା ଭାବରେ ଯୋଗଦାନ କରି ‘ଗବେଷଣାରେ ବିକାଶ ସମ୍ବନ୍ଧରେ’ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ସହ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ମନରେ ଏହି ସମ୍ବନ୍ଧୀୟ ଥିବା ବିଭିନ୍ନ ସନ୍ଦେହମୋଚନ କରିଥିଲେ । ମହାବିଦ୍ୟାଳୟର ଆଇ. କ୍ୟୁ. ଏ. ସି ସଂଯୋଜକ ଡ. ଲକ୍ଷ୍ମୀ ନାରାୟଣ ସାହୁ ଏହି କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ । ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଶ୍ରୀମତୀ ରାଜବାଳା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ପିଙ୍କି ରାଣୀ ଦେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପିକ ଶ୍ରୀ ପ୍ରଦ୍ୟୁମ୍ନ ମଢେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ସମସ୍ତ କର୍ମଚାରୀ ଯୋଗଦାନ କରି ନାକ୍ ସମ୍ବନ୍ଧରେ ପ୍ରେରିତ ଓ ଉତ୍ସାହିତ ହୋଇଥିଲେ ।

jayashree
Leave A Reply

Your email address will not be published.