ସାଲେପୁରରୁ ନାମାଙ୍କନ ଦାଖଲ କଲେ ଅରିନ୍ଦମ

କଟକ : ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଚଣ୍ଡୀମନ୍ଦିର ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ । ସୂଚନାଯୋଗ୍ୟ, ଅରିନ୍ଦମଙ୍କୁ ବିଜେପି ସାଲେପୁର ବିଧାୟକ ପାଇଁ ପ୍ରାର୍ଥୀ କରିବା ପରେ ଅରିନ୍ଦମ କହିଥିଲେ, ଜନସାଧାରଣଙ୍କ ପାଇଁ କାମ କରିବାକୁ ମୋତେ କୁହାଯାଇଛି । ନିଶ୍ଚିତ ଭାବେ ମୁଁ କାମ କରିବି । ପ୍ରତ୍ୟେକଟି ଲୋକଙ୍କୁ ଚିହ୍ନିବି । ଏତିକି ପ୍ରତିଶ୍ରୁତି ଦେଉଛି ମୋତେ ଯେତେବେଳେ, ଯେଉଁ ସମୟରେ ଖୋଜିବେ ମତେ ଲୋକେ ସେମାନଙ୍କ ପାଖରେ ନିଶ୍ଚିତ ପାଇବେ । ପ୍ରଥମେ ଲୋକମାନଙ୍କୁ ଭେଟି ତାଙ୍କ କଥା ଶୁଣିବି, ତାପରେ ଆଗାମୀ ଦିନରେ କ’ଣ କାମ କରିବି ତାହା ନିଷ୍ପତ୍ତି ନେବି । ସାଲେପୁରବାସୀ ବିଜେଡି ଗଡ଼କୁ ଭାଙ୍ଗିବେ । ଏଥର ବିଜେପିର ଉଭୟ ‌ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ଜିତିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

13 + 11 =