ଯୁବ କୁଲୁତା ସମାଜ ତରଫରୁ ଓଆର୍‌ଏସ୍‌ ଓ ଥଣ୍ଡା ପାଣି ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଆଜି ଭୀମଭୋଇ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ପରିସରରେ ଓଆର୍‌ଏସ୍‌ ଓ ଥଣ୍ଡା ପାଣି ବଣ୍ଟନ କେନ୍ଦ୍ରର ଉଦ୍‌ଘାଟନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭୀମଭୋଇ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ର ସୁପରିଟେଣ୍ଡଣ୍ଟ ମାନସୀ ପଣ୍ଡା ଯୋଗଦାନ ଦେଇ ଉଦ୍‌ଘାଟନ କରିଥିଲେ । ଏଥିରେ ବିବିଏମ୍‌ସିଏଚ୍‌ର ଏଡ୍‌ମିଷ୍ଟେଟିଭ୍‌ ଅଫିସର ଜୟଶ୍ରୀ ପଣ୍ଡା, ଜିଲ୍ଲା ଯୁବ କୁଲୁତା ସମାଜ ସଂପାଦକ ଭୁବନେଶ୍ୱର ଭୋଇ, କୋଷାଧ୍ୟକ୍ଷ ଅମିତ ବାରିକ, ଲୋଇସିଂହା ବ୍ଲକ୍‌ ଉପ-ସଭାପତି ଶଙ୍କର ପ୍ରଧାନ, ଦେଓଗାଁ ବ୍ଲକ୍‌ ଉପ-ସଭାପତି ଅସୀତ ରଂଜନ ସାହୁ, ପ୍ରଫୁଲ୍ଲ ପ୍ରଧାନ, ମିଲାପ ଗଡତ୍ୟା, ଗଜାନନ ସ୍ୱାଇଁ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ । ହସ୍‌ପିଟାଲ୍‌ ଆସୁଥିବା ଲୋକେ ପାଣି ଟେପାଏ ନପାଇ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଯୁବ କୁଲୁତା ସମାଜର ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

20 + fifteen =