csstore

କୌଶଲ୍ୟା ଫାଉଣ୍ଡେସନ ତରଫରୁ ସେବା ସପ୍ତାହ ପାଳନ ଅବସରରେ ଶୀତବସ୍ତ୍ର ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀର କୌଶଲ୍ୟା ଫାଉଣ୍ଡେସନ ଓଟିଏସଏ ପାଟଣାଗଡ଼ ଏସବିଆଇ ଓ ଉତ୍କଳ ଗ୍ରାମୀଣ କିଓସ୍କୋ ବ୍ୟାଙ୍କିଙ୍ଗ ସେବା କେନ୍ଦ୍ର ଆନୁକୂଲ୍ୟରେ ନୂତନ ବର୍ଷ ପାଳନ ଅବସରରେ ଆରମ୍ଭ କରାଯାଇଥିବା ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସେବା ସପ୍ତାହ ପାଳନ ଅବସରରେ ଆଜି ଅନୁଷ୍ଠାନ ପକ୍ଷରୁ ସେବା ସପ୍ତାହର ୨ୟ ଦିନରେ ଚଙ୍ଗରିଆ ଗ୍ରାମର ପ୍ରାୟ ୬୦ ଜଣରୁ ଅଧିକ ଅସହାୟ ଗରିବ ବୃଦ୍ଧ ବୃଦ୍ଧା, ବିଧବା ମହିଳାଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଅନୁଷ୍ଠିତ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଚଙ୍ଗରିଆ ଗ୍ରାମର ୱାର୍ଡ ମେମ୍ବରଙ୍କ ସମେତ ଅନ୍ୟ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କୌଶଲ୍ୟା ଫାଉଣ୍ଡେସନ ଓଟିଏସ୍‌ଏ ପାଟଣାଗଡ଼ ସଭାପତି ସଞ୍ଜିବ କୁମାର ପୁଟେଲ, ବବିତା ପୁଟେଲ, ଏସ୍‌ବିଆଇ ଓ ଉତ୍କଳ ଗ୍ରାମୀଣ କିଓସ୍କୋ ବ୍ୟାଙ୍କିଙ୍ଗ୍‌ ସେବା କେନ୍ଦ୍ର ପରିଚାଳକ ରାଜିବ କୁମାର ପୁଟେଲ, ସ୍ୱେଚ୍ଛାସେବୀକା ତଥା ନର୍ସ ପ୍ରଗତି ପୁଟେଲ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅନୁଷ୍ଠାନର ଏପରି ମହତ୍ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ବେଶ୍‌ ପ୍ରଶଂସନୀୟ ହୋଇପାରିଛି ।

jayashree
Leave A Reply

Your email address will not be published.