ଡାକ୍ତର ଶଙ୍କର ରାମଚନ୍ଦାନୀ ସତ୍ୟରମ୍ଭା ସମ୍ମାନରେ ସମ୍ବର୍ଦ୍ଧିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମରେ ସାର୍ବଜନୀନ ଦୁର୍ଗା ପୂଜା ଅବସରରେ ଦିନିକିଆ ସତ୍ୟରମ୍ଭା ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ କରମଚାନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦିନେଶ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବରେ ତେଜରାଜ ପାତ୍ର ଅଧ୍ୟକ୍ଷ ନିଉଟନ ମହାବିଦ୍ୟାଳୟ ସମ୍ବଲପୁର ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ସରୋଜ ସେଠ ଯୋଗଦାନ କରି ସତ୍ୟରମ୍ଭାର ପୁରୁଣା ସ୍କୃତି ଉପରେ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ନିସ୍ଵାର୍ଥପର ସେବା ପାଇଁ ସତ୍ୟରମ୍ଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସୁନୀଲ କୁମାର ସାହୁ ଓ ବିଭୁଦତ୍ତ ପଧାନ ସହଯୋଗ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପୁର ବିଧାୟିକା ଶ୍ରୀମତୀ ରିତା ସାହୁ ସତ୍ୟରମ୍ଭା କଲ୍ୟାଣ ମଣ୍ଡପକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁନାଲ ଭୋଇ, ଭାବଗ୍ରାହୀ ବେହେରା ଯୋଗଦାନ କରିଥିବା ବେଳେ ଜୀବର୍ଦ୍ଧନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.

5 + 11 =

error: Content is protected !!