pakka

ମଦନପୁର ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

bbehera

ମ.ରାମପୁର (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ଗ୍ରାମପଞ୍ଚାୟତ ପରିସରରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ସରପଞ୍ଚ କେତକୀ ଦାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି, (ଏଇଇ) ବଲବିନ୍ଦର୍ ସିଂ ଯାଦବ, (ଜିପିଇଓ) କୁଳମଣି ସିଂ ରାୟ, (ଡବ୍ଲ୍ୟୁଇଓ) ଶ୍ୟାମସୁନ୍ଦର ନାଏକ, ସମାଜସେବୀ ଗୋବିନ୍ଦ ପ୍ରସାଦ ଶତପଥୀ, ସମାଜସେବୀ ବିକାଶ ରଞ୍ଜନ ସିଂହଦେଓ, ଆଇନଜୀବୀ ସତ୍ୟନାରାୟଣ ସାହୁ, ସମାଜସେବୀ ସୁଦର୍ଶନ ଦଣ୍ଡିଆ, ସମିତି ସଭ୍ୟା ପଦ୍ମିନୀ ଭୋଇ, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନ୍ନା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶନିଶ୍ଚର ସୁରୁଜ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ସଚେତନ କରିଥିଲେ । ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ, ଅଙ୍ଗନୱାଡି, ପ୍ରାଣୀ ସମ୍ପଦ, ସ୍ୱୟଂ ସହାୟକ ଗୋଷ୍ଠୀ ଷ୍ଟଲ ଖୋଲା ଯାଇଥିଲା । ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଟିଭି ମାଧ୍ୟମରେ ପ୍ରଦର୍ଶନ କରାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ । ସଭାକାର୍ଯ୍ୟ ପରେ ଗଣେଶ ବାଜାଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

jay balangir
Leave A Reply

Your email address will not be published.

2 × 5 =

error: Content is protected !!