csstore

୬ଷ୍ଠ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ଅଞ୍ଚଳ ଧର୍ମ ନଗର ୨ୟ ଲେନରେ ଥିବା ବ୍ରହ୍ମପୁର ଟାଏକୋଣ୍ଡୋ ଟ୍ରେନିଂ ସ୍କୁଲ ପରିସରରେ ୬ଷ୍ଠ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଆନ୍ତର୍ଜାତିକ ରେଫରୀ ତଥା ରାଜ୍ୟ ସଂପାଦକ କେ. ମନୋଜ ପ୍ରଧାନ ପରୀକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କ ପରୀକ୍ଷା କରି ଆବଶ୍ୟକ ସ୍ଥଳେ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ଟ୍ରେନିଂ ସ୍କୁଲର ପ୍ରଶିକ୍ଷକ ଜନୋଜ ମହାରଣାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି ଅତିଥି ଭାବେ ଯୋଗଦେଇଥିବା ବେଳେ ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର କୋଚ ଇ. ଲଳିତ କୁମାର, ହୋପ ଟାଏକୋଣ୍ଡୋ ଏକାଡେମୀର କୋଚ ସି.ଏଚ. ପ୍ରସାଦ ନାୟକ, ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀର କୋଚ ବାସୁ ନାୟକ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ଟ୍ରେନିଂ ସ୍କୁଲର ୬୦ ଜଣ ପ୍ରଶିକ୍ଷାର୍ଥୀ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ ।

jayashree
Leave A Reply

Your email address will not be published.