ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ବିଶାଳ କବି ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ଏକ ବିଶାଳ କବି ସମ୍ମିଳନୀ ଧୁମ୍‌ଧାମରେ ପଦ୍ମପୁରର ବୁବୁଡ଼ା ସ୍ଥିତ ମାଉସୀ ମା’ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି, ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ମୁଖ୍ୟ ବକ୍ତା ଏବଂ ଡ଼ଃ ପ୍ରମୋଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ରାଜୁ ଘିବେଲା ଓ ସଂପାଦକ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ଅନୁମୋଦନ କ୍ରମେ ସୋନପୁର ଜିଲ୍ଲାର ଯୁବ କବି ରାଧା ମୋହନ ପୂଜାହାରୀଙ୍କୁ ଅନୁଷ୍ଠାନ ଉପସଭାପତି ଘୋଷିତ କରାଯାଇଥିଲା । ଏହି ଉତ୍ସବରେ ଶତାଧିକ କବି କବୟିତ୍ରୀ ଉପସ୍ଥିତ ରହି ସ୍ୱରଚିତ କବିତା ପାଠ କରିଥିଲେ । ସମସ୍ତଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କବି ଭୀଷ୍ମଦେବ ସାହୁ ମଞ୍ଚ ପରିଚାଳନା କରିଥିଲେ । ଶେଷରେ କବି ଶଙ୍କର ଶତପଥୀ ଧନ୍ୟବାଦ ଜ୍ଞାପନ କରିଥିଲେ । ସିର୍ଜିନା ମେହେର ସମ୍ମାନ ଶେଷଦେବ ମେହେରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ସମ୍ମାନିତ କରିଥିଲେ । ଶୁକଦେବ ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶଙ୍କର ଶତପଥୀ, ନାଟ୍ୟକାର ଅଶୋକ କୁମାର ବହିଦାର, ଡ଼ ଅବନୀ କାନ୍ତ ସାହୁ, ଭୀଷ୍ମଦେବ ସାହୁ, ସୁରଜ ସାହୁ, ଭଗବାନ ମଲ୍ଲିକ, ଚନ୍ଦନ ସାହୁ, ପୌଳସ୍ତ୍ୟ ସାହା ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

nineteen + 12 =