csstore

ପାଇକମାଲ କୁଲତା ଯୁବ ସଂଗଠନ ତରଫରୁ ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ରାମ ଚଣ୍ଡି ଯୁବ ସଂଗଠନ ତରଫରୁ ନୃସିଂହନାଥ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ୱର ରାମଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୁବ ସଂଗଠନ ଅସ୍ଥାୟୀ ସଭାପତି ବୁଲୁ ବାରିକ ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ଯୋଗେନ୍ଦ୍ର ଭୋଇ, ନିତ୍ୟାନନ୍ଦ ପ୍ରଧାନ, ଦିବାକର ଗଡତିଆ, ଡୋଲାମଣି ବଢେଇ, ଚିତ୍ତରଞ୍ଜନ ପ୍ରଧାନ, କେଶବ ସାହୁ, ଗୋକୁଳ ପ୍ରଧାନ, ରାଜାରାମ ଭୋଇ, ମନ୍ଦିର ପୂଜକ ବିଜୟ ପ୍ରଧାନ, ତପୋଧନ ବଢେଇ, ରଂଜନ ପ୍ରଧାନ, ପୁଷ୍ପବାସ ପ୍ରଧାନ, ପିଣ୍ଟୁ ଭୋଇ, ଅଶୋକ କୁମାର ପ୍ରଧାନ, ଟିକିଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କରମୁ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.