pakka

ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ : ମୁଁ ରାମ ସେତୁ ନିର୍ମାଣରେ ସହଯୋଗ କରିଥିବା ଗୁଣ୍ଡୁଚି ମୂଷା ସହିତ ସମାନ : ଅଶ୍ୱିନୀ ବୈଷ୍ଣବ

bbehera

ଟିଟିଲାଗଡ, (ଗୌରବ ଦର୍ଜୀ) : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ବାହାରି ଆଜି ଟିଟିଲାଗଡରେ ପହଂଚିଛନ୍ତି । କୋରାପୁଟ, କଳାହାଣ୍ଡି ପରେ ଆଜି ବଲାଙ୍ଗିର ଜିଲ୍ଲାକୁ ଗସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ଟିଟିଲାଗଡ ବ୍ଲକ ଲୁଥୁରବନ୍ଧରେ ବଲାଙ୍ଗିର ଜିଲ୍ଲାକୁ ପ୍ରବେଶ କରି ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଟିଟିଲାଗଡ଼ ସହରରେ ପହଂଚିଛନ୍ତି । ଟିଟିଲାଗଡ ଭାଜପା ଓ ଯୁବ ମୋର୍ଚ୍ଚା, ଛାତ୍ର ସଂଗଠନ ମିଳିତ ଭାବେ ଆୟୋଜନ କରିଥିବା ରୋଡ଼ ଶୋରେ ଅଂଶ ଗ୍ରହଣ କରି ଟିଟିଲାଗଡ ପୋଲିସ ଷ୍ଟେସନ ସମ୍ମୁଖରେ ପଥ ପ୍ରାନ୍ତ ସଭାରେ ସାମିଲ ହୋଇଥିଲେ ।

ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରହିଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାତ ଗୋଟି ମୁଖ୍ୟ ବିଭାଗକୁ ଓଡିଶା ହାତରେ ନ୍ୟସ୍ତ କରି ଏହି ସ୍ୱତନ୍ତ୍ର ବିଚାରଧାରାକୁ ପ୍ରତିପାଦନ କରିଥିବା କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଓଡିଶାର ପଛୁଆ ଅଞ୍ଚଳ ତଥା ପଶ୍ଚିମାଞ୍ଚଳର କେବିକେ ଭାବରେ ଥିବା ଟିଟିଲାଗଡ଼ ଅଞ୍ଚଳର ଲୋକଙ୍କ ସମସ୍ୟା ତଥା ଜୀବନ ଜୀବିକାକୁ ଅନୁଧ୍ୟାନ କରିବା ପାଇଁ ପଠାଇଥିବା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ତେବେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଏହି ଅବସରରେ ବିଭିନ୍ନ ସଂଗଠନ ମାନେ ସହରରେ ଦେଖା ଦେଉଥିବା ସମସ୍ୟା, ରେଳ ଷ୍ଟେସନରେ ଦେଖା ଦେଉଥିବା ସମସ୍ୟା ତଥା ପର୍ଯ୍ୟାପ୍ତ ପରିମାଣରେ ରେଳ ବିଭାଗର ଜମି ରହିଥିବାରୁ ଏକ ୱାଗନ କାରଖାନା ନିର୍ମାଣ, ଟିଟିଲାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ କରିବା ଆଦି ଦାବୀ ନେଇ ଦାବୀପତ୍ର ମାନେ ଦେଇଥିଲେ । ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ ମଧ୍ୟ ରେଳ ମନ୍ତ୍ରୀଙ୍କୁ ଟିଟିଲାଗଡ଼ ରେଳ ଷ୍ଟେସନ, କଣ୍ଟାବାଞ୍ଜି ରେଳ ଷ୍ଟେସନର ଆଧୁନି କରଣ, ୱାଗନ ନିର୍ମାଣ ନେଇ ଦାବୀ ଉପସ୍ଥାପନ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅବସରରେ ବଲାଙ୍ଗିର ଖୋର୍ଦ୍ଧା ରେଳ ପଥ ପାଇଁ ସମସ୍ତ ପ୍ରକାର ଅର୍ଥ ବ୍ୟବସ୍ଥା କରିବା ସହ ଟିଟିଲାଗଡ଼ ଅଞ୍ଚଳବାସୀଙ୍କ ଦାବୀ ପ୍ରତି ଆଗାମୀ ସମୟରେ ବିଚାର କରାଯାଇ ଅନୁଧ୍ୟାନ କରି ସମସ୍ତ ଦାବୀଗୁଡିକୁ ପୂରଣ କରିବାକୁ ସହଯୋଗ କରିବେ ବୋଳି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ଏହା ସହ ଅନେକ ଦାବୀ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନୁଧ୍ୟାନ କରାଯାଇ ମିଳିତ ଭାବେ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯିବ ବୋଳି ନିଜ ପ୍ରତିକ୍ରିୟାରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ପରେ ଟିଟିଲାଗଡ଼ ଡ଼ିଏଭି କଲେଜ ପରିସରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି ଜନ ଆଶୀର୍ବାଦ ଯାତ୍ରାରେ ତାଙ୍କୁ ଅନେକ ସମର୍ଥନ ତଥା ଶୁଭେଚ୍ଛା ମିଳୁଥିବାରୁ ଧନ୍ୟବାଦ ଦେଇଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅନ୍ୟ ମାନଙ୍କ ମଧ୍ୟରେ ପାଟଣାଗଡ଼ ପୂର୍ବ ବିଧାୟକ ତଥା ପୂର୍ବ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମୁକେଶ ଜୈନ, ମହେନ୍ଦ୍ର ଠାକୁର, ପ୍ରଶାନ୍ତ ଷଡ଼ଙ୍ଗୀ, ଆଲୋକ ନାୟକ, ସୁନ୍ଦର୍ ଲାଲ ଶର୍ମା, ଶିବାଜୀ ମହାନ୍ତି, ଲିଙ୍ଗରାଜ ନାୟକ ସମେତ ଭଜପାର ବହୁ ନେତା, ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

13 + six =

error: Content is protected !!