pakka

୨୦୦୨ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ନୋଡାଲ ହାଇ ସ୍କୁଲର ୨୦୦୨ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ପବିତ୍ର ରକ୍ଷା ବନ୍ଧନ ଦିବସରେ ଏକ ବନ୍ଧୁମିଳନ ଉତ୍ସବ କଅଁଳପଡାର ମା’ ବରାହୀ (ଖଣ୍ଡୁଆଳ) ପିଠସ୍ଥଳୀରେ ଅନୁଷ୍ଠିିତ ହୋଇଯାଇଛି । ଏହି ମିଳନ ପର୍ବ ଉତ୍ସବରେ ସମସ୍ତ ପ୍ରକାର କୋଭିଡ ନିୟମ ପାଳନ କରି ଉକ୍ତ ବ୍ୟାଚର ୬୫ରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କର ପରିବାର ବର୍ଗ ଯୋଗ ଦେଇ ପାଠପଢା ବେଳର ପୁରୁଣା ସ୍ମୃତିକୁ ମନେପକାଇବା ସହ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ମୋ ସ୍କୁଲ ଅଭିଯାନରେ ସମସ୍ତେ ସାମିଲ ହୋଇ ବିଦ୍ୟାଳୟର ଅଭିବୃଦ୍ଧି ଓ ବିକାଶରେ ସହଭାଗିତା ହେବା ସହ ଆପଦ ବିପଦରେ ପରସ୍ପରକୁୁ ସହଯୋଗ, ସହାୟତା କରିବା ପାଇଁ ସର୍ବସମିତି କ୍ରମେ ନିଷ୍ପତି ହୋଇଥିଲା । ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ ଓ ଶିକ୍ଷକ ସୁରେନ୍ଦ୍ର କୁମାର ନାୟକ ଯୋଗ ଦେଇଥିବା ବେଳେ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରାତନ ସହପାଠୀ ଚିତ୍ରସେନ ରାଉତରାୟ, ମାନସ କୋଦମାସିଂହ, ସତ୍ୟଜିତ୍‌ ଭୁଜବଳ, ବିଶ୍ୱଭୁଷଣ ପରିଡା, ଗୀତା ବେହେରା, ଆଲୋକ ରଜଂନ ପରିଡା, ସାଗର ବେହେରା, ସୁଧୀର କୁମାର ଧାଉଡିଆ ପ୍ରମୁଖଙ୍କ ସହଯୋଗରେ ଏହି ମିଳନ ପର୍ବକୁ ସଫଳ କରାଯାଥିଲା । ଶେଷରେ ଚିତ୍ରସେନ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

ten + seventeen =

error: Content is protected !!