csstore

ପାଟଣାଗଡ଼ ବିଧାୟକଙ୍କ ବାସଭବନରେ ରକ୍ଷାବନ୍ଧନ ପର୍ବ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ନେହ ମମତା ତଥା ଭଲପାଇବାର ପର୍ବ ଏହି ରାକ୍ଷୀ ପୂର୍ଣ୍ଣିମା । ଏହି ରାକ୍ଷୀ ପୂର୍ଣ୍ଣିମାରେ ସମସ୍ତ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ରାକ୍ଷୀର ଡୋରି ଭଳି ସମ୍ପର୍କ ମଜଭୁତ ହୋଇ ରହୁ ଏବଂ ପ୍ରତ୍ୟେକ ଭାଇ ତା’ର ଭଉଣୀର ସୁରକ୍ଷା କରିବାର ସଂକଳ୍ପ ନେବା ସହ ଭଉଣୀମାନେ ମଧ୍ୟ ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଜଗତର ନାଥ କାଲିଆ ସାଆନ୍ତ ପାଖରେ ନିବେଦନ କରି ମଙ୍ଗଳମୟ ହେଉ ବୋଲି ନିଜ ଭାଇର ଦୀର୍ଘ ଜୀବନ କାମନା ସହ ଭାଇ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ସକାଳୁ ପ୍ରାତଃ ସମୟରେ ଉଠି ଗାଧୋଇ ସାରି ପୂଜା ସାମଗ୍ରୀ ଧରି ଅନେକ ଭଉଣୀମାନେ ଦେବାଦେବୀ ମନ୍ଦିରକୁ ପୂଜାର୍ଚ୍ଚନା ପରେ ଘରକୁ ଆସି ଭାଇମାନଙ୍କୁ ଆସନ ଉପରେ ବସାଇ ଭଗବାନଙ୍କର ପାଖରେ ଚଢାଇ ଥିବା ରାକ୍ଷୀକୁ ଭାଇକୁ ଫୁଲ ଚନ୍ଦନ ମଖାଇ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ ଭାଇ ଦୂରଦୂରାନ୍ତରୁ ଥିଲେ ମଧ୍ୟ ଘରକୁ ଆସିଥାନ୍ତି । ତେବେ ଆଜି ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସାରା ଦେଶରେ ତଥା ରାଜ୍ୟରେ କୋଣ ଅନୁକୋଣରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ବାସଭବନରେ ମଧ୍ୟ ବିଧାୟକଙ୍କ ହାତରେ ଅତି ଉହ୍ଲାସ ଉଦ୍ଦିପନାରେ ଭଉଣୀମାନେ ରାକ୍ଷୀ ବାନ୍ଧିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.