ସେପ୍ଟେମ୍ବର ୬ ଯାଏଁ ହରିୟାଣାରେ ବଢ଼ିଲା ଲକଡାଉନ ଅବଧି

ଚଣ୍ଡିଗଡ଼ : ସେପ୍ଟେମ୍ବର ୬ ଯାଏଁ ହରିୟାଣାରେ ବଢ଼ିଛି ଲକଡାଉନ ଅବଧି । ଏନେଇ ହରିୟାଣା ସରକାର ଘୋଷଣା କରିଛନ୍ତି । ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଛି । ତେବେ ଏହି ନୂଆ ଗାଇଡଲାଇନ୍ ଅନୁସାରେ, କଟକଣାରେ କିଛିଟା କୋହଳ କରିଛନ୍ତି ରାଜ୍ୟ ସରକାର । ଲକଡାଉନ ସମୟରେ ହୋଟେଲ ସମେତ ରେଷ୍ଟୁରାଣ୍ଟ, ବାର ଗୁଡିକ ୫୦ ପ୍ରତିଶତ ବସିବା କ୍ଷମତା ସହିତ କାଯ୍ୟ କରିବ । ତା ସହ ସ୍ପା, ଜିମ୍ ଓ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସେମାନଙ୍କୁ ଟିକାକରଣ ହୋଇଥିବା ନେଇ ନିଶ୍ଚିତ କରିବାକୁ ହେବ । କର୍ପୋରେଟ ଅଫିସରେ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିବ । ତେବେ ବାହାଘର, ଶୁଦ୍ଧିକ୍ରିୟାରେ ୧୦୦ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ ୨୦୦ ଲୋକଙ୍କୁ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିହେବ । କିନ୍ତୁ ବାହାଘରରେ ପ୍ରୋସେସନ କରିବା ମନା କରାଯାଇଛି ବୋଲି ସରକାରଙ୍କ ନିର୍ଦ୍ଦେଶାନାମାରେ ଦର୍ଶାଯାଇଛି ।

Leave A Reply

Your email address will not be published.

two × two =