ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚଳିତ ସାଧାରଣ ନିର୍ବାଚନ ୨୦ ତାରିଖରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ବିଜେପି ଦଳର ପ୍ରାର୍ଥୀ ପ୍ରାର୍ଥିନୀ ଙ୍କର ପ୍ରଚାର ନିମନ୍ତେ ଷ୍ଟାର ପ୍ରଚାରକ ଭାବେ ବିଭିନ୍ନ ହେଭି ୱେଟ୍‌ନେତା ଙ୍କର କନ୍ଧମାଳ ଗସ୍ତ ରହିଛି । ହେଭିୱେଟ୍‌ ଙ୍କର ଗସ୍ତ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୂଚନାଯୋଗ୍ୟ ୧୧ ତାରିଖ ଶନିବାର ଦିନ ସକାଳ ୯ ଟା ସମୟରେ ଭାରତର କୋଟି କୋଟି ଜନତା ଙ୍କର ହୃଦୟ ଜିତି ଥିବା ଜନପ୍ରିୟ ନେତା ଯଶସ୍ୱୀ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର କନ୍ଧମାଳ ଜିଲ୍ଲା ଗସ୍ତ ରହିଛି । ପ୍ରଧାନମନ୍ତ୍ରୀ ଙ୍କର ଗସ୍ତକୁ ନେଇ ବିଜେପି ପକ୍ଷରୁ ଫୁଲବାଣୀ ସ୍ଥିତ ସେନାପତି ରେସିଡେନ୍ସ ହୋଟେଲ ଠାରେ ଆଜି କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କର ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ସାଂସଦ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀଙ୍କର କନ୍ଧମାଳ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ । କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଆସନ୍ତା ୧୧ ତାରିଖ ଦିନ ୯ଟା ବେଳେ ଫୁଲବାଣୀ ମାଟିରେ ପାଦ ଦେବେ ଜସ୍ୱସ୍ୱୀ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦୀ । କନ୍ଧମାଳ ପ୍ରତି ତାଙ୍କର ଯେଉଁ ଶ୍ରଦ୍ଧା ରହିଛି । କନ୍ଧମାଳ ଲୋକମାନଙ୍କ ପ୍ରତି ତାଙ୍କର ବିଶ୍ଵାସ ରହିଛି ସେଇଥିପାଇଁ ସେ ମନରେ ଭାବିଛନ୍ତି ଯେ, ଆଗାମୀ ଦିନରେ ଏହି କନ୍ଧମାଳର ବିଶ୍ଵାସ ଭୋଟରେ ପରିଣତ ହେବ । ସେ ଯେଉଁ ୪୦୦ ପାର ସ୍ଲୋଗାନ୍‌ ଦେଇଛନ୍ତି ନିଶ୍ଚିତ ଭାବରେ କନ୍ଧମାଳ ପାର୍ଲିଆମେଣ୍ଟ ସହିତ ଯୋଡ଼ି ହେବ ଏହି ପ୍ରକାର ଫିଡ଼ବେକ ନେଇ ପ୍ରଧାନମନ୍ତ୍ରୀ କନ୍ଧମାଳ ଆସୁଛନ୍ତି । କନ୍ଧମାଳକୁ ବହୁତ ଭଲ ପାଉଥିବା ନେତା ପ୍ରଧାନମନ୍ତ୍ରୀ ମୋଦୀ ଜୀ । କନ୍ଧମାଳର ଗର୍ବ ରଖିବା ଏବଂ କନ୍ଧମାଳର ବିକାଶ ସହିତ ଯୋଡ଼ି ହେବା ପାଇଁ କନ୍ଧମାଳ ସାଂସଦ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ କନ୍ଧମାଳ ବାସୀଙ୍କୁ ନିବେଦନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ଥର ମାନନୀୟ ପ୍ରଧାନମନ୍ତ୍ରୀ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଯେଉଁ ସିଟ୍‌କୁ ଆସୁଛନ୍ତି ତାଙ୍କର ଆସିବାର କାରଣ ଯେଉଁ ସିଟ୍‌ର ଜିତିବାର ଫିଡ଼ବେକ ମିଳୁଛି । ଲୋକଙ୍କର ବିପୁଳ ସମର୍ଥନ ମିଳୁଛି । ବିଭିନ୍ନ ସୂତ୍ରରୁ ଖବର ନେଇଛନ୍ତି । ଏହି କନ୍ଧମାଳ ସିଟ୍‌ ନିଶ୍ଚିତ ଭାବରେ ଜିତିବ ଏବଂ ୪୦୦ ସିଟ୍‌ରେ ଯୋଡ଼ି ହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି । କନ୍ଧମାଳ ଲୋକମାନେ ମନ ବଳାଇଛନ୍ତି ଆମେ ବିକାଶ ରାସ୍ତାରେ ଯୋଡ଼ି ହେବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଯୁବକ ମାନଙ୍କର ବିକାଶ, ମହିଳା ମାନଙ୍କର ବିକାଶ ପାଇଁ, ଗରିବ ମାନଙ୍କ ବିକାଶ ପାଇଁ, କୃଷକର ବିକାଶ ପାଇଁ, ମଧ୍ୟବିତ୍ତ ବର୍ଗର ବିକାଶ ପାଇଁ ଆଦିବାସୀ ହରିଜନଙ୍କର ବିକାଶ ପାଇଁ ଯୋଜନା କରି ସବୁଠୁ ତଳସ୍ତରରେ ଥିବା ଲୋକଟିର ମନକୁ ହୃଦୟକୁ ଜିତିଛନ୍ତି । ପ୍ରଧାନମନ୍ତ୍ରୀ କୋଟି କୋଟି ହୃଦୟର ସମ୍ରାଟ । ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀଙ୍କର ଅଭିଭାଷଣ ସାଧାରଣ ଲୋକଙ୍କୁ ଅଭିହୁତ କରିବ । ଲୋକମାନେ ବିକାଶ ଧାରା ପ୍ରତି ଯେଉଁ ମନ ବୋଳାଇଛନ୍ତି ତାହା ମେ ୨୦ ତାରିଖ ଦିନ ଭୋଟରେ ରୂପାନ୍ତରିତ ହେବ। କନ୍ଧମାଳ ଏବଂ ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯାଇଛି ଏବଂ ଡବଲ୍‌ ଇଞ୍ଜିନ୍‌ ସରକାର ପାଇଁ କନ୍ଧମାଳର ଗୋଟିଏ କ୍ଷେତ୍ର ଯୋଡ଼ି ହୋଇଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ସାମ୍ବାଦିକ ସୂଚନା ଦେଇଥିଲେ । ଏହି ସମ୍ମିଳନୀରେ ବିଜେପିର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

14 − five =