ବୌଦ୍ଧ ଜିଲ୍ଲା କୃଷି ଗବେଷଣା କେନ୍ଦ୍ରରେ ଅକ୍ଷୟ ତୃତୀୟା ପାଳିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ବୌଦ୍ଧ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ପରିଚାଳନାରେ ସ୍ଥାନୀୟ ପାଲ୍‌ଝାର୍ ରାଷ୍ଟ୍ରୀୟ କୃଷି ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ ପରିସରରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀଙ୍କ ସଭାପତିତ୍ୱରେ ବିଧିପୂର୍ବକ ପୂଜାପାଠ କରାଯାଇ ଅକ୍ଷି ମୁଠି ଅନୁକୂଳ କରାଯାଇଥିଲା । ତତ୍ପରେ ପ୍ରତିଷ୍ଠାନର ସଭାଗୃହ ଠାରେ ସମସ୍ତ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଅକ୍ଷୟ ତୃତୀୟାର ପୌରାଣିକ ଓ ସାମାଜିକ ମୂଲ୍ୟବୋଧ ସମ୍ଵନ୍ଧରେ ଆଲୋଚନା କରାଯାଇଥିଲା । ସଭା କାର୍ଯ୍ୟ ଡିଆର୍‌ସିଏସ୍‌ ବୌଦ୍ଧ ସଞ୍ଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ, ସରକାରୀ ଉଦ୍ୟାନ ନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ,ଏନ୍‌ଏଚ୍‌ଆର୍‌ଡିଏଫ୍‌, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରମୁଖ ଏହି ଦିବସର ତାତ୍ପର୍ଯ୍ୟ ସମ୍ଵନ୍ଧରେ ଆଲୋକପାତ କରିଥିଲେ । ସଭା ଶେଷରେ ହରଭଙ୍ଗା ବ୍ଲକ୍ କୃଷି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

17 − 15 =