pakka

ଶିକ୍ଷାବିତ ବୃନ୍ଦାବନ ପାଣିଗ୍ରାହୀଙ୍କ ପରଲୋକ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ ବୃନ୍ଦାବନ ପାଣିଗ୍ରାହୀଙ୍କ ୭୭ ବର୍ଷ ବୟସରେ ପବିତ୍ର ଦୋଳପୁର୍ଣ୍ଣିମା ଗଞ୍ଜାମ ଦୋଳଯାତ୍ରା ଉଦ୍‌ଯାପନ ସମାରୋହ ସମୟରେ ପରଲୋକ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କରି ଶିକ୍ଷା ଜୀବନ ନୀଳାଦ୍ରିପୁର ସ୍କୁଲ, ପୁଇଁତଲା ସ୍କୁଲ, କାଇଁଚପୁର ସ୍କୁଲ, ବରପାଲ୍ଲୀ ସ୍କୁଲ, ଜୟଶ୍ରୀ ସ୍କୁଲ, ଶେଷରେ ପୁଇଁତଲା ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ହୋଇ ସେହି ସ୍କୁଲରୁ ଅବସର ନେଇଥିଲେ । ତାଙ୍କରି ଜୀବନରେ ବହୁତ ଆର୍ଦସ ଛାତ୍ର ଗଢି ତୋଳିଛନ୍ତି । ତାଙ୍କ ମୃତ ଶରୀରକୁ ପୁଣ୍ୟତୋୟା ଋଷିକୁଲ୍ୟା ନଦୀକୂଳ ସ୍ମଶାନ ଘାଟରେ ଶେଷକୃତ୍ୟ ସପୂର୍ଣ୍ଣ କରାଯାଇଥିଲା । ତାଙ୍କର ପୁତ୍ର ସମ୍ବାଦିକ ତଥା ଗଞ୍ଜାମ ପ୍ରେସ୍‌ କ୍ଳବ୍‌ର କୋଷାଧକ୍ଷ ପ୍ରଦୀପ କୁମାର ପଣ୍ଡା ମୁଖାଗ୍ନି ଦେଇଥିଲେ । ସେ ଜଣେ ପରପୋକାରୀ, ଛାତ୍ରବତ୍ସଳ, ମିଷ୍ଟଭାଷି, ଧର୍ମ ପରାୟଣ, ସ୍ୱଷ୍ଟବାଦୀ, ଶାନ୍ତ ସ୍ୱଭାବ ପ୍ରକୃତିର ବ୍ୟକ୍ତିତ୍ୱ ରହିଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହରର ଦୁର୍ଗାଦେବୀ ସାହୁ ସ୍ଥିତ ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିବା ସହ ଶୋକବ୍ୟକ୍ତ କରିଥିଲେ ।

jay balangir
Leave A Reply

Your email address will not be published.

12 + seventeen =

error: Content is protected !!