pakka

କୁଟାସିଂହାରୁ ପଟୁଆପାଲି ଅଙ୍ଗ ମୁଖ୍ୟ କେନାଲ ରାସ୍ତା ପାଲଟିଛି ମରଣଜନ୍ତା

bbehera

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ଲୋଇସିଂହା – କୁଟାସିଂହା ରାସ୍ତାର ପଟୁଆପାଲି ଅଙ୍ଗ ମୁଖ୍ୟ କେନାଲ୍‌ ନିକଟରୁ ମୁମୁର୍ଷ ଅବସ୍ଥାରେ ଜଣେ ଯୁବକଙ୍କୁ ସମାଜସେବି ସନ୍ତୋଷ ବିଶି ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଯୋଗେ ବଲାଙ୍ଗିର ଭୀମଭୋଇ ହସ୍ପିଟାଲକୁ ପଠାଇଥିଲେ । ଗୁରୁତର ଆହତ ଯୁବକ ଜଣକ ଲଛିପୁର ଫାଣ୍ଡି ରେଙ୍ଗାଲି ପଂଚାୟତ ଲୁହୁରାପାଲି ଗାଁର ରାଜକୁମାର ପଧାନ (୪୫ବର୍ଷ ) ପିତା – ଭୁକା ପଧାନ ବୋଲି ଜଣାପଡିଛି । ସେ ଜଣେ ମାଛ ବେପାରୀ ମାଛ ନେବା ପାଇଁ ଆଗଲ୍‌ପୁର (ଡୁଡୁକା) ବ୍ଲକ୍‌ ଡ଼ୁମେରପାଲିକୁ ନିଜ ବାଇକ୍‌ ଯୋଗେ ଭୋରରୁ ଆସିଥିଲେ । ଫେରିବାବେଳେ ଭାରସାମ୍ୟ ହରାଇ ରାସ୍ତାରେ ମୁହଁ ମାଡି ପଡିଯାଇଥିଲେ ଫଳରେ ମୁହଁରେ ଆଘାତ ହୋଇଛି ।

jay balangir
Leave A Reply

Your email address will not be published.

six − three =