ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ

ସୋନପୁର, (କେପିଏନ୍‌ଏସ୍‌) : ଯୁଦ୍ଧ ସ୍ଥଳୀରୁ ଶାନ୍ତି କ୍ଷେତ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ବିଶ୍ୱ ସ୍ତରୀୟ ଅନୁଷ୍ଠାନ ରେଡ୍‌କ୍ରସ୍‌ ମହାବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ମାହାମାରୀ, ବ୍ୟକ୍ତିତ୍ୱ ସଂଗଠନ ଭଳି ବିଭିନ୍ନ କାର୍ଯ୍ୟକୁ ସବୁବେଳେ ସଂପାଦନ କରିଆସିଛି । ରେଡ୍‌କ୍ରସ୍‌ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମଦିନ ମେ ୮ ତାରିଖକୁ ବିଶ୍ୱବ୍ୟାପୀ ରେଡ୍‌କ୍ରସ୍‌ ଦିବସ ରୂପରେ ପାଳନ କରାଯାଇଥାଏ । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡ୍‌କ୍ରସ୍‌ ତରଫରୁ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ଆହ୍ୱାନ ତଥା ପରାମର୍ଶକ୍ରମେ ସ୍ଥାନୀୟ ବ୍ଲକ ଛକ ଠାରେ ରେଡ୍‌କ୍ରସ୍‌ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପୂଜାର୍ଚ୍ଚନା କରିଥିଲେ ଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ଜଳଛତ୍ରକୁ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଜୁନିୟର ରେଡ୍‌କ୍ରସ୍‌ କମିଟୀ ଉପସଭାପତି ଗିତକୃଷ୍ଣ ମିଶ୍ର, ପ୍ରଧାନଶିକ୍ଷକ କାଳିଆ କର୍ମୀ, ବୌଦ୍ଧ ଜିଲ୍ଲା ଘଂଟାପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ପିତବାସ ପଣ୍ଡା, ଡିଏସ୍‌ଏସ୍‌ ପର୍ଶୁରାମ ମେହେର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଜୁନିୟର ରେଡ୍‌କ୍ରସ୍‌ ଅଫିସର ରବିଚନ୍ଦ୍ର ପଶାୟତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସାଧନକର୍ମୀ ଚନ୍ଦ୍ରମଣି ବାଘ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସୋନପୁର ମୁଖ୍ୟ ରାସ୍ତାରେ ପଥିକ ଓ ପଦଚାରୀ ମାନଙ୍କୁ ଦହିସରବତ ବଂଟନ କରାଯାଇଥିଲା । ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥିତ ରକ୍ତ ସଂଗ୍ରହ କେନ୍ଦ୍ରରେ ଜେଆରସି କାଉନ୍‌ସିଲର୍‌ ଚନ୍ଦ୍ର ଶେଖର ମହାପାତ୍ର, ଗୋପେଶ ପଣ୍ଡା, ହେମନ୍ତ ମେହେର ପ୍ରମୁଖ ରକ୍ତଦାନ କରିଥିଲେ । ଅଂଶୁଘାତ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସାହୁ, ପ୍ରଧାନ ଶିକ୍ଷୟତ୍ରୀ ମଂଜୁ ଜଗଦଲା, ବାଳିକା ହାଇସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ମିଶ୍ର, ସାଧନକର୍ମୀ ଝସକେତନ ମେହେର, ହୃଷିକେଶ ଡାଙ୍ଗ, ଶେଷଦେବ ଛତ୍ର, ବିସିସି ଗୋପେଶ ପଣ୍ଡା, ନିମାଇ ଚରଣ ମଲ୍ଲିକ, ପ୍ରହଲ୍ଲାଦ ନାୟକ, ବିଜୟ କୁମାର ପଣ୍ଡା, ବୈକୁଣ୍ଠ ନାୟକ, ପରାମର୍ଶଦାତା ବ୍ରତାନନ୍ଦ ଭୋଇ, ଅନୀତା ମହାରା, ନିତ୍ୟାନନ୍ଦ ସାହୁ, ଜଗଦୀଶ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରାମର୍ଶଦାତା ହୃହିକେଶ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five × one =