ହାପି ମୋମେଣ୍ଟସ୍‌ ଓ ସିଆଇଏସ୍‌ଏଫ ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଓ ଆର୍‌ଏସ୍‌ପିର ସିଆଇଏସ୍‌ଏଫର ମିଳିତ ଆନୁକୂଲ୍ୟରେ ଆଇଜିଏଚ୍‌ ଠାରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଜିଏଚ୍‌ର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବି.କେ. ହୋତା, ସମ୍ମାନିତ ଅତିଥି ଭାବେ ଏନ୍ଆଇଟିର ଡିନ୍ ପ୍ରଫେସର ସିଦ୍ଧାର୍ଥ ଜେନା ଓ ମୁଖ୍ୟବକ୍ତା ଭାବେ ସିଆଇଏସ୍‌ଏଫର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜଲୱନିଆ ପ୍ରମୁଖ ଯୋଗଦେଇ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳନ ଓ ରେଡ୍‌କ୍ରସ୍‌ର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ରେଡ୍‌କ୍ରସ୍‌ ହେଉଛି ବିଶ୍ଵର ସର୍ବପ୍ରଥମ ଏବଂ ସର୍ବବୃହତ ସଂଗଠନ । ଏହାସହ ରେଡ୍‌କ୍ରସ୍‌ର ୭ଟି ମୌଳିକ ନୀତି ଯଥା ମାନବିକତା, ନିରପେକ୍ଷତା,ସମଦର୍ଶିତା, ସ୍ୱାଧୀନତା, ସ୍ୱେଚ୍ଛାକୃତ ସେବା, ଏକତା ଓ ବିଶ୍ୱସନୀୟତାର ପ୍ରଚାର ପ୍ରସାର ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ସିଆଇଏସ୍‌ଏଫର ଯବାନ ଓ ହାପି ମୋମେଣ୍ଟସ୍‌ର କିଛି ସଭ୍ୟ ୧୫ ୟୁନିଟ୍‌ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଡ଼. ସୁମନ ଦତ୍ତ, କୁଞ୍ଜବିହାରୀ ରାଉତ ଉପସ୍ଥିତ ଥିଲାବେଳେ ଆଇଜିଏଚ୍‌ ବ୍ଲଡବ୍ୟାଙ୍କ ଡାକ୍ତର ପଙ୍କଜ କୁମାର ଦାସ, ସୁଜାତା ସାହୁ, ଅଭିରାମ ମଲ୍ଲିକ, ସୁରେନ୍ଦ୍ର କୁମାର ସ୍ୱାଇଁ, ଦିବାକର ଦାସ, କାମିନୀ ମହନ୍ତ, ଗୌରୀ କୁମ୍ଭାର, ସତ୍ୟବାନ୍ ସାହୁ, ରଞ୍ଜନ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

fourteen + 10 =