
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କପିଲାଭଟା ଗାଁରେ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ୮୦ ତମ ସ୍ୱାଧୀନତା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ ବାରିକଙ୍କ ଅଧ୍ୟକ୍ଷତା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ବିଶ୍ୱାଳଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ କପିଲାଭଟା ସରପଞ୍ଚ ତୁଳସେ ଭୋଇ, ସମ୍ମାନୀୟ ଅତିଥି ଭାବେ ସମିତି ସଭ୍ୟ କେଦାର ଭୋଇ, ହାଇସ୍କୁଲ ପରିଚାଳନା କମିଟିର ସଭାପତି ପରମେଶ୍ୱର ମହାନନ୍ଦ, ବିଦ୍ୟାଳୟ ପରିଚାଲନା କମିଟିର ଅଧ୍ୟକ୍ଷ ଯୁବରାଜ ହଂସ, ୟୁପି ସ୍କୁଲ ଏସ୍ଏମ୍ସି ଚେୟାରମ୍ୟାନ ପ୍ରଫୁଲ୍ଲ ବିଶି, ବିଶିଷ୍ଠ କଣ୍ଠଶିଳ୍ପୀ ଦୁର୍ଦ୍ଦକ୍ଷ ହଂସ, ଆଳୁମନି କମିଟିର ସଭାପତି ତଥା ସମାଜସେବୀ ହୁଲେଶ୍ୱର ହଂସ, ପୂର୍ବତନ ସମିତି ସଭ୍ୟ ମଧୁସୂଦନ ସାହୁ, ସମାଜସେବୀ ସୁବାଷ ବେହେରା, ନାଏବ ସରପଞ୍ଚ ଝସକେତନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉଭୟ ବିଦ୍ୟାଳୟର ୧୦ଟି ପ୍ୟାରେଡ଼ ଦଳ ଅଂଶ ଗ୍ରହଣ କରିଥିବା ବେଳେ ସ୍ୱାଧୀନତା ଦିବସ ପାଳନ ହେବା ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ଏବଂ ପରେ ବିଭିନ୍ନ ସ୍କୁଲ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିବରାମ ସ୍ୱାଇଁ, ବରୁଣ କୁମାର ବାରିକ, କିରଣ କୁମାର ପ୍ରଧାନ, ଯୋଗୀଚନ୍ଦ୍ର ବିଶି, ନୀଳମଣି ବିଶି, ଦୀପକ ବେହେରା, ନେତ୍ରାନନ୍ଦ ପଧାନ, ଗଣେଶ୍ୱର ପ୍ରଧାନ, ଦେବରାଜ ଭୋଇ, ମୋନାଲିସା ସାମଲଙ୍କ ସହ ଶିକ୍ଷକ କର୍ମଚାରୀମାନେ ସାମିଲ ହୋଇଥିଲେ ।