‘କୋଶଳ ପ୍ରବାହ’ ନିଉଜ୍‌ ପ୍ରଭାବରେ ଦିବ୍ୟାଙ୍ଗ ଶିଶୁର ଚିକିତ୍ସା ବ୍ୟବସ୍ଥା ହେଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଅନ୍ତର୍ଗତ କୁମୀର ଗ୍ରାମର ମହେଶ୍ୱର ମଲ୍ଲିକଙ୍କ ୩ ବର୍ଷର ପୁଅ ଜୟ କୁମାର ମଲ୍ଲିକ ଜଣେ ଜନ୍ମରୁ ଭିନ୍ନକ୍ଷମ ଶିଶୁ । ସେ ବିଛଣାରୁ ଉଠି ପାରୁନାହିଁ କି ବସି ପାରୁନାହିଁ । ତାର ଚିକିତ୍ସା ବ୍ୟବସ୍ଥା ପାଇଁ ଓ ଭତ୍ତା ପାଇଁ କୋଶଳ ପ୍ରବାହ ମାଧ୍ୟମରେ ନିଉଜ୍‌ ପ୍ରକାଶିତ ହୋଇଥିବା ବେଳେ ସମାଜସେବୀ ଦୀପା ବାରିକ ଟୁଇଟ୍‌ ମାଧ୍ୟମରେ ଅଭିଯୋଗ କରିଥିଲେ । ଏହାର ପ୍ରଭାବରେ ଝାରବନ୍ଦ ବିଡିଓ ମହେଶ୍ୱର ମଲ୍ଲିକଙ୍କ ଗୃହକୁ ଯାଇ ତଦନ୍ତ କରି ପଦ୍ମପୁର ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଚିକିତ୍ସା ନିମନ୍ତେ ପଦ୍ମପୁର ମୁଖ୍ୟ ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ କରିଥିଲେ । ମହେଶ୍ୱର ମଲ୍ଲିକ ଗତକାଲି ଶନିବାର ଦିନ ଶିଶୁକୁ ପଦ୍ମପୁର ଡାକ୍ତରଖାନାକୁ ଆଣି ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇଥିଲେ । ବୁର୍ଲାରୁ ଆସିଥିବା ଡାକ୍ତର ତାକୁ କିଛି ଦିନପରେ ଖଣ୍ଡଗିରୀକୁ ନେଇ ଚିକିତ୍ସା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କଟକରୁ ପ୍ରକାଶିତ କ୍ରାନ୍ତି ଓଡିଶା ସଂପାଦକ ଅଭିଷେକ ଯୋଷୀ ମଧ୍ୟ ଭିନ୍ନକ୍ଷମ ଶିଶୁ ଜୟ ମଲ୍ଲିକଙ୍କ ଚିକିତ୍ସା ପାଇଁ ଦୁଇ ହଜାର ଟଙ୍କା ଆର୍ଥିକ ରାଶି ତାର ମାଆଙ୍କ ଏକାଉଣ୍ଟ ନମ୍ବରରେ ଦେଇଛନ୍ତି । ଏଭଳି ମହତ କାର୍ୟ୍ୟରେ ହାତ ବଢାଇ ଉତ୍ସାହିତ କରିଥିବାରୁ ଅଞ୍ଚଳବାସୀଙ୍କ ତରଫରୁ ଶ୍ରୀ ଯୋଷୀଙ୍କୁ ଓ ‘କୋଶଳ ପ୍ରବାହ’ ଟିମ୍‌କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

five × five =

error: Content is protected !!