ବଲାଙ୍ଗିର ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮୫୮ : ଆଜି ୭୧, ବଲାଙ୍ଗିର ପୌରାଂଚଳରୁ ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮୫୮ ରହିଥିବା ବେଳେ ୫୦୩୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ଆଜି ନୂଆ ୭୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ବଲାଙ୍ଗିର ପୌରାଂଚଳରୁ ଆଜି ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି । ୱାର୍ଡ ନଂ.୫ରୁ ୫, ୧୫ରୁ ୧୧୯ରୁ ୧, ୨୦ରୁ ୩ ଏବଂ ୨୧ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଟିଟିଲାଗଡ଼ ପୌରାଂଚଳ ୱାର୍ଡ ନଂ. ୨ରୁ ୧, ୧୧ରୁ ୧ ଓ ୧୫ରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ପଟୁଆପାଲି ଗ୍ରା.ପ.ରୁ ୨, ବଙ୍ଗୋମୁଣ୍ଡା ବ୍ଳକ୍‌ ଅର୍‌ସାତୁଲା ଗ୍ରା.ପ.ରୁ ୧, ସିନ୍ଧେକେଲା ଗ୍ରା.ପ.ରୁ ୩ ଏବଂ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୨, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୨, ଦେଓଗାଁ ବ୍ଲକ୍‌ ସାଲେପାଲି ଗ୍ରା.ପ.ରୁ ୩ ଓ ଦେଓଗାଁ ଗ୍ରା.ପ.ରୁ ୨, ଗୁଡ଼ଭେଲା ବ୍ଲକ୍‌ ରୁଷୁଡ଼ା ଗ୍ରା.ପ.ରୁ ୧, ତେନ୍ତୁଳିଖୁଣ୍ଟି ଗ୍ରା.ପ.ରୁ ୧ ତୁଷୁରା ଏନ୍‌ଏସି ୱାର୍ଡ ନଂ. ୬ରୁ ୨, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ. ୩ରୁ ୧, ୭ରୁ ୧, ୯ରୁ ୧, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୩, ଘୁନସର ଗ୍ରା.ପ.ରୁ ୧ ଏବଂ ବାଘମୁଣ୍ଡ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ଇଚ୍ଛାପଡ଼ା ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଗ୍ରା.ପ.ରୁ ୧, ତମିଆଁ ଗ୍ରା.ପ.ରୁ ୭, ଗଙ୍ଗାସାଗର ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ. ୯ରୁ ୧, ପୁଇଁନ୍ତଲା ବ୍ଲକ୍‌ ମଳମୁଣ୍ଡା ଗ୍ରା.ପ.ରୁ ୨ ଓ ଛତାପିପଲ୍‌ ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ କନ୍ଧକେଲ୍‌ଗାଁ ଗ୍ରା.ପ.ରୁ ୧, ସଇଁନ୍ତଲା ଗ୍ରା.ପ.ରୁ ୧, ବିବିନା ଗ୍ରା.ପ.ରୁ ୧, ତାଲବାହାଲ ଗ୍ରା.ପ.ରୁ ୨, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୪ ଓ କୁଇକେଡ଼ା ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ନାରେନ୍‌ ଗ୍ରା.ପ.ରୁ ୧, ତୁରେକେଲା ବ୍ଳକ୍‌ ତୁରେକେଲା ଗ୍ରା.ପ.ରୁ ୩ ଓ ଧାମନଡଙ୍ଗା ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଥିବା କୁହାଯାଇଛି । ତେବେ ବଲାଙ୍ଗିର ଜିଲ୍ଲାରେ ଏବେ ୮୦୧ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ରହିଥିବା କୁହାଯାଇଛି ।

Leave A Reply

Your email address will not be published.