pakka

ନିଟ୍‌ ଟପ୍ପର ସୋଏବ ଆଫତାବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

bbehera

ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକ ପରୀକ୍ଷା (ନିଟ୍‌)ରେ ଟପ୍ପର ହୋଇଥିବା ରାଉରକେଲାର ଛାତ୍ର ସୋଏବ ଆଫତାବଙ୍କ ସହ ଫୋନରେ କଥା ହୋଇଛନ୍ତି । ସୋଏବଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ୱଳ ଭବିଷ୍ୟତ ଓ ସଫଳ କ୍ୟାରିୟର କାମନା କରିଛନ୍ତି ଶ୍ରୀ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବାରୁ ସୋଏବ ଆନ‌ନ୍ଦ ବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଛନ୍ତି । ରାଉରକେଲା ଆଜାଦ ବସ୍ତିରେ ରହୁଥିବା ଆବାସ ଅଫତାବଙ୍କ ପୁଅ ହେଉଛନ୍ତି ସୋଏବ ଅଫତାବ । ସର୍ବଭାରତୀୟ ନିଟ୍‌ ପରୀକ୍ଷାରେ ଟପ୍ପର ହୋଇ ସୋଏବ ରେକର୍ଡ କରିଛ‌ନ୍ତି । ୭୨୦ରୁ ୭୨୦ ନମ୍ବରୁ ରଖି ଭାରତରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ସୋଏବ ।

Leave A Reply

Your email address will not be published.

15 − 15 =