ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଂଜେଇ ଜବତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଂଜେଇ ରଖାଯାଇ ଥିବାବେଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । ମିଳିଥିବା ସୂଚନା ମୁତାବକ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଯାଗାରେ ଚଢାଉ ଜାରି ରହି ଥିବାବେଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଆଙ୍କୁନ ଓ ସାନବବଡା ଜଙ୍ଗଲରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଂଜେଇ ଗଚ୍ଛିତ ଥିବା ସୂଚନା ପାଇଁ ଚଢାଉ କରାଯାଇଥିଲା । ଆଙ୍କୁନ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୫୧୫ କିଲୋ ଓ ସାନବବଡା ନକଟସ୍ଥ ଜଙ୍ଗଲରୁ ୫୬୦ କିଲୋ ଗଂଜେଇ ଜବତ କରାଯିବା ସହିତ ଦୁଇଟି ବାଇକ୍ (ଓଡି ୩୧- ୯୫୭୨/ ଓଡି ୨୭ ବି ୬୨୪୫)କୁ ଅବକାରୀ ବିଭାଗ ଜବତ କରିଥିବା ଜଣାଯାଇଛି । ଚାଲାଣକାରୀମାନେ ଫେରାର୍‌ ହୋଇଯାଇ ଥିବାବେଳେ ଏ ସଂପର୍କରେ ତଦନ୍ତ ଚାଲିଥିବା ଜିଲ୍ଲା ଅବକାରୀ ଅଧିକ୍ଷକ ଶାନ୍ତିଲତା ମାରାଣ୍ଡି ସୂଚନା ଦେଇଛନ୍ତି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧ କୋଟି ୭୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଇନିସ୍‌ପେକ୍ଟର(ମୋବାଇଲ) ପ୍ରମୋଦ କୁମାର ବଣୁଆ, ସବ୍‌ଇନିସ୍‌ପେକ୍ଟର ସତ୍ୟନାରାୟଣ ପ୍ରଧାନ, ଏଏସ୍‌ଆଇ ଅସିତ କୁମାର ପ୍ରଧାନ, ପ୍ରିୟରଂଜନ କହଁର ଓ ରେଣୁପ୍ରିୟା ଦେହୁରୀଙ୍କ ସମେତ ଅବକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.