ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାକୁ ଆସି ପ୍ରଚାର କରିଛନ୍ତି । ସେକ୍ଟର ୧୩ ସ୍ଥିତ ମେଳଣ ପଡ଼ିଆଠାରେ ଆୟୋଜିତ ଏକ ସାଧାରଣ ସଭାରେ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ସମ୍ବୋଧନ କରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ତଥା ରାଜ୍ୟର ବିକାଶ ପାଇଁ ସୁନ୍ଦରଗଡ ଜିଲ୍ଲାର ୭ ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ, ଅର୍ଚ୍ଚନାରେଖା ବେହେରା, ରୋହିତ ଯୋଶେଫ ତିର୍କି, ଯୋଗେଶ ସିଂ, ଅନିଲ ବରୁଆ, ଭୀମସେନ ଚୌଧୁରୀ, ବିନୟ ଟପ୍ପୋ ଓ ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ । ବିଧାୟକ ପ୍ରାର୍ଥୀ ମାନେ ଓଡ଼ିଶାର ବିକାଶ କେବଳ ମୁଖ୍ୟମନ୍ତ୍ରୀ ଦ୍ୱାରା ସମ୍ଭବ ବୋଲି କହିବା ସହ ଷଷ୍ଠ ଥର ପାଇଁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ, ବିଧାୟକ ସୁବ୍ରତ ତରାଇ ,୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଭୀଷଣ ଗରମ ସତ୍ତ୍ୱେ ବହୁ ଲୋକଙ୍କ ସମାଗମ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବେଶ ଉତ୍ସାହିତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.